ପ୍ଲାନ-ବି ଆପ୍ଲାଏ କଲେ ଇମ୍ରାନ ; ଅବିଶ୍ୱାସ ପ୍ରସ୍ତାବ ଉପରେ ରାତି ସାଢେ୮ରୁ ମତଦାନ
ନୂଆଦିଲ୍ଲୀ : ଇମ୍ରାନ ଖାନଙ୍କ ବିରୋଧରେ ଆଗତ ହୋଇଥିବା ଅବିଶ୍ୱାସ ପ୍ରସ୍ତାବ ଉପରେ ପାକିସ୍ତାନ ସଂସଦରେ ରାତି ସାଢେ ୮ଟା ବେଳେ ମତଦାନ ଆରମ୍ଭ ବୋଲି ନିଷ୍ପତ୍ତି ନେଇଛନ୍ତି ବାଚସ୍ପତି । ଅନ୍ୟପଟେ ସଂସଦରେ ଆଗତ ହୋଇଥିବା ଅବିଶ୍ୱାସ ପ୍ରସ୍ତାବ ବିରୋଧରେ ରିଭ୍ୟୁ ପିଟିସନ ଦାଖଲ କରିବାକୁ ନିଷ୍ପତ୍ତି ନେଇଛି ଇମ୍ରାନ ଖାନଙ୍କ ଦଳ ପିଟିଆଇ । ଏନେଇ ଦଳ ପକ୍ଷରୁ କୁହାଯାଇଛି ଯେ ସମ୍ବିଧାନର ଧାରା ୬୯ ଅନୁଯାୟୀ ସୁପ୍ରିମକୋର୍ଟ ସଂସଦର କ୍ଷମତା ଛଡ଼ାଇ ପାରିବେ ନାହିଁ । ପାକିସ୍ତାନ ସୁପ୍ରିମକୋର୍ଟ ଆଦେଶ ଉପରେ ପୁନର୍ବିଚାର କରାଯିବା ଆବଶ୍ୟକ । ଜାତୀୟ ସଂସଦର ନିୟମ ଅନୁଯାୟୀ କାର୍ଯ୍ୟ କରିବାକୁ ଅନୁମତି ଦିଆଯିବା ଆବଶ୍ୟକ । ଅବିଶ୍ୱାସ ପ୍ରସ୍ତାବ ଉପରେ ଯଥାଶୀଘ୍ର ମତଦାନ କରିବାକୁ ଦାବି କରିଛନ୍ତି ବିରୋଧି।
ଅନ୍ୟପଟେ ପିଟିଆଇ ନେତା ଶାହ ମେହମୁଦ କ୍ୟୁରେଶୀ କହିଛନ୍ତି ସରକାରଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଗତ କରିବା ବିରୋଧିଙ୍କ କାମ । ହେଲେ ଏହାକୁ ରକ୍ଷା କରିବା ସରକାରଙ୍କ କର୍ତ୍ତବ୍ୟ । ଅବିଶ୍ୱାସ ପ୍ରସ୍ତାବ ଉପରେ ପାକିସ୍ତାନ ସଂସଦରେ ହେବାକୁ ଥିବା ମତଦାନକୁ ଟାଳିବା ପାଇଁ ନିଜ ସାଂସଦଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଇମ୍ରାନ ଖାନ । ଅନ୍ୟପଟେ ଅନ୍ୟତମ ପିଟିଆଇ ନେତା ଫୱାଦ ଚୌଧୁରୀ କହିଛନ୍ତି ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ସଂସଦର ଅଧିବେଶନ ଚାଲିପାରିବ । ପାକିସ୍ତାନ ପ୍ରଧାନମନ୍ତ୍ରୀ ପଦରେ ରହିଥିବା ସମୟରେ ଇମ୍ରାନ ଖାନ ଦେଶର ଧ୍ୟାନ ରଖିନଥିଲେ । ସେ ଦେଶର ଭବିଷ୍ୟତ ବର୍ବାଦ କରିଦେଇଛନ୍ତି ବୋଲି କହିଛନ୍ତି ବିରୋଧି ଦଳ ନେତା ଶାହୱାଜ ସରିଫ୍। ଗତ ଶୁକ୍ରବାର ଦେଶକୁ ସମ୍ବୋଧିତ କରିବା ପୂର୍ବରୁ ଇମ୍ରାନ ଖାନ କହିଛନ୍ତି ଯେ ସେ ଇସ୍ତଫା ଦେବେ ନାହିଁ। ସମ୍ବୋଧନ ବେଳେ ସେ ଭାରତକୁ ପ୍ରଶଂସାରେ ପୋତି ଦେଇଥିଲେ। ଇମ୍ରାନ ଖାନଙ୍କୁ ହଟାଇବା ଲାଗି ୧୭୨ ସାଂସଦଙ୍କ ସମର୍ଥନ ଆବଶ୍ୟକ। ଅବିଶ୍ୱାସ ପ୍ରସ୍ତାବ ଉପରେ ସଂସଦରେ ହେବାକୁ ଯାଉଥିବା ମତଦାନ ବେଳେ ସାଂସଦଙ୍କୁ ବନ୍ଧକ ରଖାଯିବା ସହ ରାଜନୈତିକ ଘୋଡ଼ା ବେପାର କରାଯାଉଥିବା ନେଇ ଅଭିଯୋଗ ଆଣିଛନ୍ତି ଇମ୍ରାନ ଖାନ ।
ଏହି ମତଦାନରେ ଅଂଶଗ୍ରହଣ କରୁଥିବା ସାଂସଦ କେବଳ ପାସ ଯୋଗେ ପାକିସ୍ତାନ ଜାତୀୟ ସଂସଦରେ ପ୍ରବେଶ କରିପାରିବେ। ଏହାକୁ ନଜରରେ ରାଜଧାନୀ ଇସଲାମାବାଦ ଠାରେ ସୁରକ୍ଷା ବୃଦ୍ଧି କରାଯାଇଛି । ସଂସଦର ଚାରିପାଖରେ ରେଡ୍ ଜୋନ୍ ଲାଗୁ କରାଯାଇଛି । ପ୍ରାୟ ୩ ହଜାରରୁ ଅଧିକ ସୁରକ୍ଷା ରେଡ ଜୋନ କରାଯାଇଛି । ସଂସଦରେ ପ୍ରବେଶ କେବଳ ଗୋଟିଏ ଫାଟକ ଦେଇ କରାଯିବ।