ପିଏଫ ଆକାଉଣ୍ଟଧାରୀଙ୍କ ପାଇଁ ଜରୁରୀ ସୂଚନା : ଶୀଘ୍ର କରିନିଅନ୍ତୁ ଏହି କାମ, ନଚେତ୍ ହୋଇଯିବ ବଡ଼ କ୍ଷତି
ନୂଆଦିଲ୍ଲୀ : ଯଦି ଆପଣଙ୍କର ପିଏଫ କଟା ଯାଉଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଜରୁରୀ । କାରଣ କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ (ଇପିଏଫଓ) ଏପରି ନିୟମ କରିଛି । ଯଦି ତାହା ପାଳନ ନହୁଏ, ତେବେ ଆକାଉଣ୍ଟଧାରୀମାନଙ୍କୁ କିଛି କ୍ଷତି ସହିବାକୁ ପଡିବ।
ଇପିଏଫଓ ସମସ୍ତ ସମସ୍ତ ପିଏଫ ଆକାଉଣ୍ଟଧାରୀଙ୍କ ପାଇଁ ନାମାଙ୍କନପତ୍ର ବା ନମୋନୀ ଦେବା ବାଧ୍ୟତାମୂଳକ କରିଛି । ଏହି କାମ ନ କରିବାରୁ ପିଏଫ ଆକାଉଣ୍ଟଧାରୀଙ୍କୁ ବଡ଼ କ୍ଷତି ସହିବାକୁ ପଡ଼ିପାରେ । ଇପିଏଫଓର ଏହି ପ୍ରୟାସର ଉଦ୍ଦେଶ୍ୟ ହେଉଛି ପିଏଫ ଆକାଉଣ୍ଟଧାରୀଙ୍କ ଆଶ୍ରିତଙ୍କୁ ସୁରକ୍ଷା ଯୋଗାଇବା ।
ଯଦି ପିଏଫ ଆକାଉଣ୍ଟଧାରୀମାନଙ୍କ ସହିତ କିଛି ଅଘଟଣ ଘଟେ, ତେବେ ପରିବାରର କୌଣସି ସଦସ୍ୟଙ୍କୁ ନୋମିନୀ କରିବା ଦ୍ୱାରା ତାଙ୍କୁ ବୀମା ଓ ପେନସନ୍ ଭଳି ସୁବିଧା ମିଳିବ । ଏହାକୁ ଧ୍ୟାନରେ ରଖି ଇପିଏଫଏ ନୋମିନୀ ଦେବା ଜରୁରୀ କରିଛି । ଇପିଏଫ୍ଓ ଅନୁଯାୟୀ, ଡିସେମ୍ବର ୩୧, ୨୦୨୧ ପର୍ଯ୍ୟନ୍ତ ସମୟସୀମା ସ୍ଥିର କରାଯାଇଛି । ଇପିଏଫ୍ଓ ମଧ୍ୟ ଏହି ସୁବିଧା ଦେଇଛି ଯେ ଆକାଉଣ୍ଟଧାରୀ ଯେତେଥର ଚାହିଁବେ ନୋମିନୀ ବଦଳାଇ ପାରିବେ ।
ନୋମିନୀ କରିବାର ପ୍ରକ୍ରିୟା :
୧. ସର୍ବପ୍ରଥମେ ଇପିଏଫଓର ଅଫିସିଆଲ୍ ୱେବସାଇଟ୍ ଖୋଲନ୍ତୁ ।
୨. ବର୍ତ୍ତମାନ ଆପଣଙ୍କୁ ଯୁଏଏନ ଓ ପାସୱାର୍ଡ ସାହାଯ୍ୟରେ ଲଗଇନ୍ କରିବାକୁ ପଡିବ ।
୩. ମ୍ୟାନେଜ୍ ସେକ୍ସନକୁ ଯାଆନ୍ତୁ ଓ ଲିଙ୍କ ଇ-ନୋମିନେସନ ଉପରେ କ୍ଲିକ୍ କରନ୍ତୁ ।
୪. ବର୍ତ୍ତମାନ ନୋମିନୀଙ୍କ ନାମ, ଫଟୋ ଏବଂ ଅନ୍ୟାନ୍ୟ ବିବରଣୀ ଦାଖଲ କରନ୍ତୁ ।
୫. ଏକରୁ ଅଧିକ ନାମିମୀ ଯୋଡିବାକୁ ଏଡ୍ ନ୍ୟୁ ବଟନ୍ ଉପରେ କ୍ଲିକ୍ କରନ୍ତୁ ।
୬. ଆପଣ ସେଭ୍ ଫ୍ୟାମିଲି ଡିଟେଲ୍ସ ଉପରେ କ୍ଲିକ୍ କରିବା ମାତ୍ରେ ପ୍ରକ୍ରିୟା ସମାପ୍ତ ହୋଇଯିବ ।