ସ୍କୁଲ, କଲେଜରେ ପଜିଟିଭ ବାହାରିଲେ ସମସ୍ତଙ୍କର ହେବ ଟେଷ୍ଟ : ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର : ସ୍କୁଲଗୁଡ଼ିକରେ କୋଭିଡ ଲକ୍ଷଣ ନେଇ ପରାମର୍ଶ, ଲକ୍ଷଣ ଥିଲେ ଛାତ୍ର, ଶିକ୍ଷକ ଓ ଅଭିଭାବକ ସ୍କୁଲ ନଆସିବାକୁ ପରାମର୍ଶ। ହଷ୍ଟେଲ ଓ ଜନଗହଳି ସ୍ଥାନଗୁଡ଼ିକ ଉପରେ ରହିଛି ବିଭାଗର ନଜର। ଟେଷ୍ଟିଂ, ଟ୍ରାକିଂ ଓ ଚିକିତ୍ସା ଉପରେ ସରକାରଙ୍କ ଗୁରୁତ୍ବ ଦିଆଯିବ ଜନସ୍ବାସ୍ଥ୍ୟ ନିର୍ଦେଶକ ନିରଂଜନ ମିଶ୍ର । ଓମିକ୍ରନ ଆଶଙ୍କା ନେଇ ଆସୁଛି ଗାଇଡ୍ଲାଇନ୍ସ, କୋଭିଡ୍ର ଓମିକ୍ରନ ଭାରିଆଣ୍ଟ ନେଇ ଚିନ୍ତା ପ୍ରକଟ କଲେ ରାଜ୍ୟ ସରକାର। ସନ୍ଦିଗ୍ଧ ଓ ସଂକ୍ରମିତ ଦେଶରୁ ଆସୁଥିବା ଯାତ୍ରୀଙ୍କ ଉପରେ ନଜର, ବିଦେଶରୁ ଆସୁଥିବା ସବୁ ଯାତ୍ରୀଙ୍କ କୋଭିଡ ଟେଷ୍ଟ ଓ କ୍ବାରେଣ୍ଟାଇନ ବାଧ୍ୟତାମୂଳକ ହେବ। ସେହିପରି ଦେଶରୁ ଆସୁଥିବା ଯାତ୍ରୀ ପଜିଟିଭ ଚିହ୍ନଟ ହେଲେ ଜିନମ ସିକ୍ବେନ୍ସିଂ କରାଯିବ । ଖୁବ୍ ଶୀଘ୍ର ଓମିକ୍ରନ ନେଇ ଆସିବ ରାଜ୍ୟର ଗାଇଡ୍ଲାଇନ ଆସିବ ।
ସ୍ୱାସ୍ଥ୍ୟ ନିର୍ଦେଶକ ଆହୁରି କହିଛନ୍ତି, କରୋନାର ନୂଆ ଭାରିଆଣ୍ଟ ପାଇଁ ଖୁବ ଶୀଘ୍ର ଆଡ଼ଭାଇଜରି ଜାରି କରିବେ ରାଜ୍ୟ ସରକାର। ସମସ୍ତ ଜିଲ୍ଲାପାଳ, ସିଡ଼ିଏମଓ ଓ ମୁନସିପାଲିଟି କମିସନରଙ୍କୁ ସ୍ୱାସ୍ଥ୍ୟ ବିଭାଗ ଚିଠି ଲେଖିଛି। ସ୍କୁଲ କଲେଜ ହଷ୍ଟେଲରେ ଉପରେ କଡ଼ା ନଜର ରଖିବା ପାଇଁ ନିର୍ଦେଶ ଦିଆଯାଇଛି। ଫୋକସରେ ତିନି ‘ଟି’ ଟେଷ୍ଟିଂ, ଟ୍ରାକିଂ, ଟ୍ରିଟମେଣ୍ଟ ଓ ଟିକାକରଣ ଉପରେ ଗୁରୁତ୍ୱ ଦେବାକୁ ଦିଆଯାଇଛି। ସ୍କୁଲ କଲେଜରେ ଏବଂ ହଷ୍ଟେଲରେ ସ୍ୱତନ୍ତ୍ର ସଂଗରୋଧ କେନ୍ଦ୍ର କରିବା ପାଇଁ କୁହାଯାଇଛି। କୋଭିଡ ମାର୍ଗଦର୍ଶିକା ପାଳନ ପାଇଁ କୁହାଯାଇଛି। ସ୍କୁଲ କଲେଜ ହଷ୍ଟେଲରେ ସୁର୍ଭିଲାନସି କରିବା ପାଇଁ ନିର୍ଦେଶ ଦିଆଯାଇଛି। ଯେଉଁ ଛାତ୍ରଛାତ୍ରୀଙ୍କ ଲକ୍ଷଣ ରହିଛ ସ୍କୁଲ ନ ଆସିବା ପାଇଁ କୁହାଯାଇଛି। ଲକ୍ଷଣ ଥିଲେ ତାଙ୍କର ତୁରନ୍ତ ଟେଷ୍ଟ କରାଯିବାକୁ ବି କୁହାଯାଇଛି। ଯେଉଁଠି ଅଧିକ ସଂକ୍ରମଣ ବାହାରିବ, ତାହାକୁ ସିଲ କରାଯିବା ସହ ପୂର୍ବ ନିୟମକୁ କଡାକଡି ପାଳନ କରାଯିବ। ସମସ୍ତେ ସତର୍କ ରହିଲେ ତୃତୀୟ ଲହରକୁ ଏଡ଼ାଇ ଯାଇପାରିବା।