ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା
ପାଟଣାଗଡ଼ : ନିଜ ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ୱାମୀ କରିଲା ଆତ୍ମହତ୍ୟା । ଏହିପରି ଏକ ଅଭାବନୀୟ ଘଟଣା ପାଟଣାଗଡ଼ ଖୁଣ୍ଟସମଲେଇ ଗାଁରେ ଘଟିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ପରେ ଛାନଭିନ୍ ଆରମ୍ଭ କରିଛି । ପାରିବାରିକ କଳହରୁ ହତ୍ୟା ପରେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।
ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲା ଲରମ୍ଭା ଥାନା ଖୁତସମଲେଇ ଗାଁର ନିଶାସକ୍ତ ଯୁବକ ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ପିଟିପିଟି ହତ୍ୟା କରିଛି। ଖୁଣ୍ଟସମଲାଇ ଗ୍ରାମରେ ଘାସି ତଅଁଲା ଓ କୁନ୍ତୀ ତଅଁଲା ନିଜ ପରିବାର ସହିତ ରହୁଥିଲେ। ପ୍ରାୟ ଘାସି ମଦ୍ୟପାନ କରି ରାତିରେ ତା ପତ୍ନୀ ସହିତ ଝଗଡା କରୁଥିଲା। ବୁଧବାର ବିଳମ୍ବିତ ରାତିରେ ମଦ୍ୟପାନ କରି ଘରକୁ ଆସିଥିଲା। କୌଣସି କାରଣରୁ ଘାସି ଓ ତା ପତ୍ନୀ ମଧ୍ୟରେ ବଚସା ହୋଇଥିଲା। ସେହି ସମୟରେ କୁନ୍ତି ଖାଇବାକୁ ବସିଥିଲା। ସେଠାରେ ଉତ୍ୟକ୍ତ ହୋଇ ପିଟିଥିଲା। ଗୁରୁତର ହେବାରୁ ସେ ଓ ପରିବାର ଲୋକେ କୁନ୍ତୀକୁ ଘସି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ କୁନ୍ତୀର ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ। ଏହା ଜାଣି ଘାସି ନିଜ ଘର ବାଡ଼ିପଟେ ବିଷ ପିଇ ଦେଇ ଆତ୍ମହତ୍ୟା କରିଥିବା କୁହାଯାଉଛି।