ମହିଳାଙ୍କୁ ନିର୍ଯ୍ୟାତନା ଅଭିଯୋଗରେ ସ୍ୱାମୀ ଗିରଫ
ଜୟପୁର : ମହିଳାଙ୍କୁ ନିର୍ଯ୍ୟାତନା ନେଇ ଜୟପୁର ମହିଳା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ପୋଲିସ ସ୍ୱାମୀକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ପଡୁଆ ଥାନା ଅନ୍ତର୍ଗତ ଭେଜା ଗ୍ରାମର ରଞ୍ଜନ ମାଟମ । ପୋଲିସ ସୁଚନା ଅନୁଯାୟୀ ପାଡୁଆ ଥାନା ଅଂଚଳର ମହିଳା ଜଣକ ମହିଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ ଯେ ଗତ ୮ ବର୍ଷ ତଳେ ରଞ୍ଜନ ମାଟମ କୁ ବିବାହ କରିଥିଲେ । ଏମାନଙ୍କ ୨ଟି ସନ୍ତାନ ରହିଛି । ସ୍ୱାମୀ ଓ ପରିବାର ଲୋକେ ମିଶି ନିର୍ଯ୍ୟାତନା ଦେଉଥିବା ନେଇ ଅଭିଯୋଗ ହୋଇଛି । ଏହା ସହ ଅଭିଯୁକ୍ତ ରଞ୍ଜନ ମଧ୍ୟ ୮ ବର୍ଷ ତଳେ ନାବାଳିକା ଥିବା ସମୟରେ ଅପହରଣ କରି ନେଇ ଥିବା ଅଭିଯୋଗ କରିଥିଲେ । ଅଭିଯୋଗ କୁ ଗୁରୁତର ସହ ନେଇ ମହିଳା ପୋଲିସ ସ୍ୱାମୀ ସହ ୪ ଜଣ ଙ୍କ ନାମରେ ୧୧୭/୨୨ ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀ ରଞ୍ଜନ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ମହିଳା ଥାନା ଅଧିକାରି ମମତା ପାଣିଗ୍ରାହୀ ସୁଚନା ଦେଇଛନ୍ତି ।