ଆରମ୍ଭ ହେଲା ହକି ମହାକୁମ୍ଭ : ଉଦଘାଟନୀ ମ୍ୟାଚରେ ବେଲିଜିୟମକୁ ଭେଟିଲା ଦକ୍ଷିଣ ଆଫ୍ରିକା
ଭୁବନେଶ୍ୱର : ଆଜିଠୁ ଆରମ୍ଭ ହୋଇଛି ହକି ମହାକୁମ୍ଭ । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଉଦଘାଟନୀ ଉତ୍ସବ ଆରମ୍ଭ ହୋଇଛି । ପ୍ରଥମ ଦିନରେ ମୁହାଁମୁହିଁ ହେବେ ୫ ଦଳ । ଆଜିର କନିଷ୍ଠ ପୁରୁଷ ହକି ବିଶ୍ବକପର ଉଦଘାଟନୀ ମ୍ୟାଚ ବେଲିଜିୟମ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଛି ।
ପ୍ରଥମ ଉଦଘାଟନୀ ମ୍ୟାଚରେ ବେଲଜିୟମ ପ୍ରଥମ ଗୋଲ ସ୍କୋର ଦେଇଛି । ପ୍ରଥମ କ୍ବାଟରର ଶେଷ ମିନିଟରେ ଦକ୍ଷିଣ ଆଫ୍ରିକ ଗୋଟିଏ ଗୋଲ୍ ଦେଇ ସିରିଜକୁ ୧-୧ ରେ ବରାବର ରଖିଥିଲା । ଏହାର କିଛି ସମୟ ପରେ ଦ୍ବିତୀୟ ରାଉଣ୍ଡ ଖେଳାଯାଇଥିଲା । ଦ୍ବିତୀୟ ରାଉଣ୍ଡରେ ବେଲଜିୟମ ଦକ୍ଷିଣ ଆଫ୍ରିକାକୁ ଆଉ ଏକ ଗୋଲ ଦେଇ ୨-୧ ରେ ଆଗୁଆ ରହିଛି । ଆଜି ମଧ୍ୟ ଅନ୍ୟ ୪ଟି ଦଳ ଭେଟାଭେଟି ହେବେ । ଗ୍ରୁପ-ବି ସନ୍ଧ୍ୟା ୭.୩୦ ରେ ଡିଫେଣ୍ଡିଂ ଚମ୍ପିଆନ ଭାରତ, ଫ୍ରାନ୍ସ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳି ଅଭିଯାନ ଆରମ୍ଭ କରିବ । ସେହିପରି କାନାଡା ପୋଲାଣ୍ଡକୁ, ମାଲେସିଆ-ଚାଇନାକୁ ଭେଟିବ । କୋରୋନା କଟକଣା ମଧ୍ୟରେ ଖେଳ ଆୟୋଜନ ହେଉଥିବାରୁ ଷ୍ଟାଡିୟମକୁ ଦର୍ଶକଙ୍କ ଅନୁମତି ଉପରେ ରୋକ ଲଗାଯାଇଛି ।