ଭିଜିଲାନ୍ସ ଜାଲରେ ହୀରାନୀଳା କଲେଜର ଅଧ୍ୟକ୍ଷ , ୫ କୋଟିରୁ ଅଧିକ ଠାବ
ଭୁବନେଶ୍ୱର : ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁରର ହୀରାନୀଳା କଲେଜର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି । ଭିଜିଲାନ୍ସ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ମିଳିଥିବା ସୂଚନା ଅନୁସାର୍ ନିକଟରେ ଶ୍ରୀ ସାହୁଙ୍କ ନାମରେ କଲେଜରେ ଚାକିରିର ପ୍ରତିଶ୍ରୁତି ଦେଇ ସ୍ଥାନୀୟ ଲୋକଙ୍କଠାରୁ ଟଙ୍କା ନେଇ ଠକେଇ ଅଭିଯୋଗରେ କାଲାହାଣ୍ଡିରେ ଚାରୋଟି ମାମଲା ରୁଜୁ କରାଯାଇଥିଲା । ଏକ ପ୍ରଶାସନିକ ଅନୁସନ୍ଧାନରେ ଶ୍ରୀ ସାହୁଙ୍କ ଦ୍ୱାରା କରାଯାଇଥିବା ଆର୍ôଥକ ଅନିୟମିତତା ମଧ୍ୟ ଦେଖିବାକୁ ମିଳିଥିଲା । ଏବେ୬ ଜଣ ଡିଏସପି, ୪ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଓଡିଶା ଭିଜିଲାନ୍ସ ଦ୍ୱାରା ଏକକାଳୀନ ଚଢ଼ାଉ ଚାଲିଥିବା ନେଇ ସୂଚନା ଦିଆ ଯାଇଛି ।
ସୂଚନା ଯେ, ବିଶ୍ୱନାଥପୁରସ୍ଥିତ ମା’ ହୀରାନୀଳା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ ସେ ଦାୟିତ୍ୱରେ ଥିବାବେଳେ ମହାବିଦ୍ୟାଳୟର କୋଟିକୋଟି ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଛି। ସେହିପରି ଚାକିରି କରାଇଦେବା ନାମରେ ଲୋକଙ୍କଠାରୁ ଲକ୍ଷଲକ୍ଷ ଟଙ୍କା ଠକେଇ କରିଥିବା ତାଙ୍କ ମଧ୍ୟ ଅଭିଯୋଗ ହୋଇଥିଲା। ଏପରିକି ଅଭିଯୋଗ ପରେ ସେ ଫେରାର ହୋଇଥିବାବେଳେ ପରେ ପୁଲିସ ହାତରେ ଧରାପଡି ଜେଲ ଯାଇଥିଲେ। ସେହିଦିନଠାରୁ ତାଙ୍କର ଓ ତାଙ୍କ ପତ୍ନୀଙ୍କ ନାମରେ ଥିବା ବେନାମୀ ସଂପତି ଭିଜିଲାନ୍ସ ସ୍କାନର ରହିଥିଲା। ଫଳରେ ଆଜି ସକାଳ ୬ଟାରୁ ତାଙ୍କ ଘରେ ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍ ଚଢଉ କରିଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଚଢାଉ ଜାରି ରହିଛି। ବିଶ୍ୱନାଥପୁର କଲେଜର ଅଫିସ ସମେତ ଡୁମଡୁମା ହାଉସିଂ ବୋର୍ଡ କଲୋନୀରେ ଥିବା ବାସଭବନ, ବିଶ୍ୱନାଥପୁରରେ ଥିବା ପୈତୃକ ଘର, ଖୋର୍ଦ୍ଧା, କଳାହାଣ୍ଡିରେ ଥିବା ୟୁନିଟ କ୍ରସର ଉପରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ। ୬ଜଣ ଡିଏସପିଙ୍କ ସମେତ ୪ଜଣ ଇନସିପେକ୍ଟର ଓ ଭିଜିଲାନ୍ସର ଅନ୍ୟ ଅଫସିର ଏହି ଚଢ଼ାଉରେ ସାମିଲ ଅଛନ୍ତି। ଚଢାଉ ଶେଷ ହେବା ପରେ ସମ୍ପତି ଆକଳନ ସ୍ପଷ୍ଟ ହେବ ବୋଲି ଭିଜିଲାନ୍ସ ସୂତ୍ରରୁ ଜଣାପଡିଛି।