ଶାଳଗାଁରେ ହିନ୍ଦୀ ଦିବସ ପାଳିତ
ବଡ଼ସାହି : ବଡ଼ସାହି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଶାଳଗାଁରେ ତା ୧୪୲୦୯୲୨୦୨୨ ରିଖ ରେ ନେହେରୁ ଯୁବ କେନ୍ଦ୍ର ମୟୁରଭଞ୍ଜ ଓ ଫୋର୍ଡ ନାଖରା ମିଳିତ ଆନୁକୂଲ୍ୟରେ ହିନ୍ଦୀ ଦିବସ ପାଳିତ ହୋଇଅଛି। ଫୋର୍ଡର ସମ୍ପାଦକ ସନ୍ତୋଷ କୁମାର ଖଣ୍ଡା ସ୍ବାଗତ ଭାଷଣ ପ୍ରଦାନ କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ। ଚିତ୍ତରଞ୍ଜନ ପୁହାଣ ମଞ୍ଚ ପରିଚାଳନା କରିଥିଲେ। ପ୍ରଭାସ କୁମାର ନାୟକ (ବଡସାହି ବ୍ଲକର ଓସ୍କାର ସମ୍ପାଦକ) ମୁଖ୍ୟଅତିଥି , ପ୍ରଭାକର ଉପାଧ୍ୟାୟ ମୁଖ୍ୟବକ୍ତା, ଉମାକାନ୍ତ ସାସମଲ, ରାଜେନ୍ଦ୍ର ପ୍ରସାଦ ବିନ୍ଧାଣୀ ସମ୍ମାନୀୟ ଅତିଥି ଭାବରେ ଯୋଗଦେଇ ହିନ୍ଦୀ ଭାଷାର ପ୍ରଚାର ପ୍ରସାର ଉପରେ ଯୁବ ସମାଜ ଓ ଛାତ୍ରଛାତ୍ରୀଙ୍କୁ ଦିଗଦର୍ଶନ ଦେଇଥିଲେ। ହିନ୍ଦୀ ଦିବସ ଉପଲକ୍ଷେ ଏକ ବକ୍ତୃତା ପ୍ରତିଯୋଗିତାରେ ପ୍ରିତମ କୁମାର ଖଣ୍ଡା (ପ୍ରଥମ) , ଶକ୍ତିପଦ ସାହୁ (ଦ୍ବିତୀୟ) , କାଜଲ ରାଣୀ ସାନ୍ତରା ( ତୃତୀୟ) ଙ୍କୁ ଅତିଥିଙ୍କ ଦ୍ବାରା ପୁରସ୍କାର ସହ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ଏଥିରେ ଶ୍ରାବଣୀ ସାମଲ, ଗଙ୍ଗାଧର ସିଂ, ସରୋଜ କୁମାର ପଣ୍ଡା, ଗାୟତ୍ରୀ ନନ୍ଦି ଓ ଅନ୍ୟମାନେ ସହଯୋଗ କରିଥିଲେ। ସର୍ବଶେଷରେ ପ୍ରମୋଦ କୁମାର ବିନ୍ଧାଣୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।