ଭକ୍ତଙ୍କ ପାଇଁ ଖୁସି ଖବର : ୫ ଦିନ ପାଇଁ ଖୋଲିବ ସାବରିମାଲା ମନ୍ଦିର
ତିରୁଅନନ୍ତପୁରମ : ସାବରିମାଲା ସ୍ଥିତ ପ୍ରଭୁ ଆୟାପ୍ପାଙ୍କ ପାର୍ବତ୍ୟ ଧର୍ମପୀଠ ଆସନ୍ତା ୧୭ରୁ ୨୧ ତାରିଖ ୫ ଦିନ ପର୍ଯ୍ୟନ୍ତ ଖୋଲିବ । ମନ୍ଦିରର ମାସିକ ପୂଜା ପାଇଁ ଏହାକୁ ସୀମିତ ସମୟ ପାଇଁ ଖୋଲଯିବ । ଏହି ମନ୍ଦିର ପରିଚାଳନା କରୁଥିବା ‘ଟ୍ରାଓ୍ଵାଙ୍କୋର୍ ଦେବସ୍ୱମ୍ ବୋର୍ଡ’ (ଟିଡିବି) ମଧ୍ୟ କହିଛି ଯେ, କରୋନା ମହାମାରୀ ଦୃଷ୍ଟିରୁ ଏହି ତୀର୍ଥ ଦର୍ଶନ ପାଇଁ ଆସୁଥିବା ତୀର୍ଥ ଯାତ୍ରୀମାନେ ଟିକା ପ୍ରମାଣପତ୍ର କିମ୍ବା ୪୮ ଘଣ୍ଟା ମଧ୍ୟରେ କରାଯାଇଥିବା ‘ଆର୍ଟି-ପିସିଆର୍’ ନେଗେଟିଭ ପ୍ରମାଣପତ୍ର ବାଧ୍ୟତାମୂଳକ କରାଯାଇଛି । ନଚେତ୍ ସେମାନଙ୍କୁ ତୀର୍ଥ ଯାତ୍ରା ସୁଯୋଗ ଦିଆଯିବ ନାହିଁ। ଆହୁରି ମଧ୍ୟ ଅନଲାଇନ ପୋର୍ଟାଲ ମାଧ୍ୟମରେ ବୁକିଂ କରାଯାଇଥିବା କେବଳ ୫ ହଜାର ଶ୍ରଦ୍ଧାଳୁଙ୍କୁ ଦର୍ଶନ ଅନୁମତି ଦିଆଯିବ ।
ସୂଚନା ଯେ, କେରଳରେ ଏବେ ବି କରୋନା ସଂକ୍ରମଣ ଚିନ୍ତାଜନକ ସ୍ଥିତିରେ ରହିଛି । ରାଜ୍ୟରେ ଗତ ୨୪ ଘଣ୍ଟାରେ ପ୍ରାୟ ୧୪୦୮୭ ଟି ନୂଆ ସଂକ୍ରମଣ ମାମଲା ଦେଖାଦେଇଛି । ଏହା ସହିତ ରାଜ୍ୟରେ ଜିକା ଭୁତାଣୁ ସଂକ୍ରମଣ ବି ଦେଖାଯାଇଛି ।