ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବର୍ଷିକୋତ୍ସବ
ବାରିପଦା : ସ୍ଥାନୀୟ ରଘୁନାଥପୁର ଠାରେ ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ଆବାସିକ ବିଦ୍ୟାଳୟର ତୃତୀୟ ବାର୍ଷିକୋତ୍ସବ ପରିଚାଳନା ସମିତିର ସଭାପତି ଇଂ ପ୍ରଭାସ କୁମାର ଦାସଙ୍କ ପୌରୋହିତ୍ୟରେ ପାଳିତ ହୋଇଯାଇଛି । ଅତିରିକ୍ତ ପୋଲିସ ଅଧ୍ୟକ୍ଷକ ସୁରେଶ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି, ଅବସର ପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ମହାଦେବ ଦାଶ ସମ୍ମାନୀତ ଅତିଥି, ବରିଷ୍ଠ ବୈଜ୍ଞାନିକ ଚିତରଂଜନ ଓଝା ମୁଖ୍ୟବକ୍ତା ଭାବେ ଯୋଗଦେଇ ଶୈକ୍ଷିକ ପରିବେଶକୁ ପ୍ରଶଂସା କରିବା ସହ ଛାତ୍ରଛାତ୍ରୀ ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ବିଦ୍ୟାଳୟର ନିର୍ଦେଶକ ଡକ୍ଟର ସମୀର କୁମାର ପ୍ରଧାନ ପିଲାଙ୍କୁ ଉତ୍ସାହିତ କରିଥିବା ବେଳେ, ପରିଚାଳନା କମିଟିର ସଦସ୍ୟ ତଥା ଉପାଧ୍ୟକ୍ଷ ଡକ୍ଟର ଆଦର୍ଶ ଶତପଥୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷା ଅଙ୍କିତା ବାରିକ ସ୍ୱାଗତ ଭାଷଣ ସହ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ଏହି ଅବସରରେ ଶିକ୍ଷୟତ୍ରି ଦେବସ୍ମିତା ବାରିକ ଏବଂ କର୍ମକର୍ତା ବିଜୟ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଶିକ୍ଷାନୁଷ୍ଠାନର ଶ୍ରେଷ୍ଠ ତଥା ଉତମ ଛାତ୍ର ଭାବେ ସେକ ମୁସ୍ତାକିମ୍ ଏବଂ ଲକ୍ଷ୍ମୀ ମୁର୍ମୁଙ୍କୁ ଏବଂ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ସାର୍ଟିଫିକେଟ ସହ ପୁରସ୍କାର ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର ଅଧ୍ୟାପକ ଏବଂ ଅଧ୍ୟାପିକା ମାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିବା ବେଳେ, ପରିଚାଳନା ସମିତିର ସଂପାଦକ ପ୍ରଶାନ୍ତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।