୧୫ ଜଣଙ୍କ ମାଗଣା ମୋତିଆବିନ୍ଦୁ ଅସ୍ତ୍ରୋପଚାର
ବାଲେଶ୍ୱର : ବାଲେଶ୍ୱର ରୋଟାରୀ କ୍ଲବ ଚକ୍ଷୁ ଚିକିତ୍ସାଳୟ ଆନୁକୂଲ୍ୟରେ ୧୫ଜଣ ମୋତିଆବିନ୍ଦୁ ରୋଗୀଙ୍କର ମାଗଣା ଅସ୍ତ୍ରୋପଚାର କରାଯାଇ ସେମାନଙ୍କୁ ସୁରକ୍ଷିତ ଭାବେ ନିଜ ଘରକୁ ପଠାଯାଇଛି ।
କ୍ଲବ ପକ୍ଷରୁ ଜଳେଶ୍ୱରର ଚନ୍ଦନା ଠାରେ ଏକ ସ୍ୱତନ୍ତ୍ର ଶିବିରରେ ବିନା ମୂଲ୍ୟରେ ୫୦ରୁ ଉର୍ଦ୍ଧ୍ୱ ଲୋକଙ୍କର ମୋତିଆବିନ୍ଦୁ ରୋଗ ଯାଞ୍ଚ କରାଯାଇଥିଲା । ସେଥିମଧ୍ୟରୁ ୧୫ଜଣ ରୋଗୀଙ୍କର ମୋତିଆବିନ୍ଦୁ ଜଣାପଡ଼ିଆରୁ ସେମାନଙ୍କୁ ବାଲେଶ୍ୱର ରୋଟାରୀ ଚକ୍ଷୁ ଚିକିତ୍ସାଳୟକୁ ଅଣାଯାଇଥିଲା । ହି ଅସ୍ତ୍ରୋପଚାରକୁ ଆଗକୁ ନେବା ପାଇଁ ଜିଲାସ୍ତରରୁ ରୋଟାରୀ କ୍ଲବ ଚକ୍ଷୁ ଚିକିତ୍ସାଳୟକୁ ଅର୍ଥାତ୍ ନୀଳଗିରି, ଔପଦା, ସୋର, ଜଳେଶ୍ୱର ଏବଂ ବାଲିଆପାଳ କ୍ଲବମାନଙ୍କୁ ଦାୟିତ୍ୱ ଦିଆଯାଇଛି । ଖୁବ୍ଶୀଘ୍ର ଏହି ସବୁ ସ୍ଥାନରେ ରୋଗୀମାନଙ୍କର ଚକ୍ଷୁ ପରୀକ୍ଷା କରାଯାଇ ବିନା ମୂଲ୍ୟରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରିବା ପାଇଁ ଉପଦେଷ୍ଟା ସୁବ୍ରତ କର, ଅଧ୍ୟକ୍ଷ ମାତୃଦତ୍ତ ଦାସ, ବିଷ୍ଣୁଦାସ କୁଣ୍ଡୁ, କ୍ଷେତ୍ରମୋହନ ମହାପାତ୍ର ସାହାଯ୍ୟ କରିଥିଲେ । ଭବିଷ୍ୟତରେ ମଧ୍ୟ ଏହିଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି ଜଣାପଡ଼ିଛି ।