ଶ୍ରୀନଗରର ଏନକାଉଂଟରରେ ୨ ଆତଙ୍କବାଦୀଙ୍କ ସମେତ ୪ ମୃତ, କ୍ରସ ଫାୟାରରେ ଘର ମାଲିକଙ୍କ ମୃତ୍ୟୁ
ଶ୍ରୀନଗର : ଶ୍ରୀନଗରର ହାଇଦରପୋରାଠାରେ ଘଟିଥିବା ଏକ ଏନକାଉଂଟରରେ ଜଣେ ବିଦେଶୀ ଆତଙ୍କବାଦୀ, ତାର ସ୍ଥାନୀୟ ସହଯୋଗୀ, ଜଣେ ସହାୟତାକାରୀ (ଓଜିଡବ୍ଲୁ) ଏବଂ ଘରର ମାଲିକଙ୍କ ସମେତ ୪ ଜଣଙ୍କର ମୃତ୍ୟୁ ଘଟିଛି । ଚତୁର୍ଥ ବ୍ୟକ୍ତି ଜଣେ ସହାୟତାକାରୀ ଷ ଆତଙ୍କବାଦୀ ଲୁଚିରହିଥିବା ସ୍ଥାନରେ ଆଶ୍ରୟ ଦେଇଥିବା ବେଳେ ଘରର ମାଲିକ କ୍ରସ ଫାୟାରରେ ମୃତ୍ୟୁବରଣ କରିଥିଲେ । କାଶ୍ମୀରର ଇନିସପେକ୍ଟର ଜେନେରାଲ ପୋଲିସ (ଆଇଜିପି) ବିଜୟ କୁମାର ମଙ୍ଗଳବାର ଦିନ ଏହି ସୂଚନା ଦେଇଛନ୍ତି ।
ପୋଲିସ କଂଟ୍ରୋଲ ରୁମ୍ (ପିସିଆର) ଶ୍ରୀନଗରରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଆଇଜି କହିଛନ୍ତି ଯେ, ଗତକାଲି ସନ୍ଧ୍ୟାରେ ହାଇଦରପୋରା ଜାତୀୟରାଜପଥରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଏକ ସୁରାକ ମିଳିଥିଲା । ଏହା ପରେ ପୋଲିସ, ସିଆରପିଏଫ ଏବଂ ସେନା ସେଠାରେ ଘେରି ରହିଥିଲେ ଏବଂଯେତେବେଳେ ସୁରକ୍ଷାବାହିନୀ ଆତଙ୍କବାଦୀଙ୍କ ଲୁଚିରହିଥିବା ସ୍ଥାନରେ ପହଂଚିଥିଲେ ସେତେବେଳେ ଆତଙ୍କବାଦୀମାନେ ସୁରକ୍ଷାବାହିନୀ ଉପରେ ଆଖିବୁଜା ଗୁଳି ଚଳାଇଥିଲେ ।