ନାମାଙ୍କନପତ୍ର ଦାଖଲ କଲେ ବିଜେଡିର ୪ ରାଜ୍ୟସଭା ପ୍ରାର୍ଥୀ
ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିଜେଡିର ୪ ପ୍ରାର୍ଥୀ । ବିଧାନସଭା ସଚିବାଳୟ ପରିସରରେ ନାମାଙ୍କନ ଭରିଛନ୍ତି ସୁଲତା ଦେଓ, ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଓ ନିରଂଜନ ବିଶି । ଏହି ପ୍ରାର୍ଥୀମାନେ ଦଳର ବରିଷ୍ଠ ବିଧାୟକଙ୍କ ଉପସ୍ଥିତିରେ ବିଧାନସଭା ସଚିବାଳୟ ପରିସରରେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଗତ ୨୯ ତାରିଖରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଚାରି ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲେ । ବିରୋଧୀ ଦଳର କେହି ପ୍ରାର୍ଥୀ ନ ଥିବାରୁ ଓ ସଂଖ୍ୟା ଦୃଷ୍ଟିରୁ ବିଜେଡିର ୪ ଜଣଯାକ ପ୍ରାର୍ଥୀ ରାଜ୍ୟସଭାକୁ ନିର୍ବାଚିତ ହେବା ନିଶ୍ଚିତ । ନିରଞ୍ଜନ ବିଶି ରାଜ୍ୟସଭା ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଛନ୍ତି । ସୁବାସ ସିଂହଙ୍କ ଇସ୍ତଫା ପରେ ଆସନ ଖାଲି ପଡିଥିଲା ।
ସୂଚନା ଯେ, ଜୁନ୍ ୧୦ରେ ରାଜ୍ୟର ତିନିଟି ରାଜ୍ୟସଭା ସଭ୍ୟ ପଦବି ପାଇଁ ନିର୍ବାଚନ ହେବାକୁ ଥିବାବେଳେ ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ। ବିରୋଧୀ ଦଳ କୌଣସି ପ୍ରାର୍ଥୀ ଦେଉନଥିବାରୁ ଶାସକ ଦଳର ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ଜିତିବେ। ସେହିପରି ଜୁନ୍ ୧୩ରେ ଗୋଟିଏ ରାଜ୍ୟସଭା ଆସନ ପାଇଁ ହେବାକୁ ଥିବା ଉପନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲର ଶେଷ ଦିନ ଜୁନ୍ ୨ତାରିଖ ଥିବା ବେଳେ ଏହି ପଦବି ପାଇଁ ବିରୋଧୀ ବି ପ୍ରାର୍ଥୀ ଦେବେନି। ତେଣୁ ଜୁନ୍ ୩ରେ ନାମାଙ୍କନପତ୍ର ଯାଞ୍ଚ ପରେ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ।