ବାଲେଶ୍ୱର : ୪ ଟି ଗ୍ରାମକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କଲେ ବିଧାୟକ
ବାଲେଶ୍ୱର : ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ତରଫରୁ ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀ ନଗ୍ରମ ଗ୍ରାମ ପଞ୍ଚାୟତରେ ୪ ଟି ଗ୍ରାମକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଶୁକ୍ରବାର ଶିଳାନ୍ୟାସ କଲେ ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସ । ପଞ୍ଚାୟତର ଫୁଲୱାରକସବା, ଟିକିରାପାଳ, ଅରାଡ଼ ଏବଂ ମୁଣ୍ଡାପାଳ ଗ୍ରାମ ନିମନ୍ତେ ଏହି ପ୍ରକଳ୍ପକୁ ବିଧାୟକ ଶ୍ରୀ ଦାସ ଫିତା କାଟିବା ସହିତ ନଡ଼ିଆ ଫଟାଇ ଶିଳାନ୍ୟାସ କରିଥିଲେ ।
ସମସ୍ତ ଗ୍ରାମାଞ୍ଚଳରେ ପାଇପ ଯୋଗେ ପ୍ରତ୍ୟକ ଘରକୁ ପାନୀୟ ଜଳ ଯୋଗାଇବାର ବ୍ୟବସ୍ଥା କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ । ଶିଳାନ୍ୟାସ କାର୍ଯ୍ୟକ୍ରମରେ ବ୍ଲକ ଚେୟାରମ୍ୟାନ ନାରାୟଣ ପ୍ରଧାନ, ବ୍ଲକ ସଭାପତି ବସନ୍ତ ପଣ୍ଡା, ବ୍ଲକ ଯୁବ ସଭାପତି ଦିଲୀପ ମହାନ୍ତି, ବ୍ଲକ ମହିଳା ସଭାପତି ଲିନା ସାହୁ, ଶକ୍ତିପଦ ରାୟ, ପ୍ରଣବ ପଣ୍ଡା, ବ୍ଲକ ଯୁବ କାର୍ଯ୍ୟକାରୀ ସଭାପତି ଦିବ୍ୟଶକ୍ତି ଜେନା, ପଞ୍ଚାୟତ ଯୁବ ସଭାପତି କିରଣ ମହାନ୍ତି, ପଞ୍ଚାୟତ ସୋସିଆଲ ମିଡ଼ିଆ ସଂଯୋଜକ ପ୍ରଶାନ୍ତ ଖିଲାର, ୱାର୍ଡ଼ ମେମ୍ବର ହେମନ୍ତ ଜେନା, ଦୀନବନ୍ଧୁ ଜେନା, ସମାଜସେବୀ ହରିଶ ଦାସ ଏବଂ ଗ୍ରାମବାସୀ ଉପସ୍ଥିତ ଥିଲେ ।