ପଞ୍ଚଭୂତରେ ବିଲୀନ ‘ଫ୍ଲାଇଂ ଶିଖ୍’ ମିଲଖା ସିଂହ
- ରାଷ୍ଟ୍ରୀୟ ସମ୍ମାନ ସହିତ ଅନ୍ତିମ ସଂସ୍କାର, ଶେଷ ଦର୍ଶନ କଲେ ବିଶିଷ୍ଟ ବ୍ୟକ୍ତି
ନୂଆଦିଲ୍ଲୀ : ପଂଚଭୂତରେ ବିଲୀନ ‘ଫ୍ଲାଇଂ ଶିଖ୍’ ମିଲଖା ସିଂହ । ରାଷ୍ଟ୍ରୀୟ ସମ୍ମାନ ସହିତ ଅନ୍ତିମ ସଂସ୍କାର । ଶେଷ ଦର୍ଶନ କଲେ ବିଶିଷ୍ଟ ବ୍ୟକ୍ତି । ପଞ୍ଜାବ ସରକାରଙ୍କ ପକ୍ଷରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଜ୍ଞାପନ ପୂର୍ବକ କିଂବଦନ୍ତି ଧାବକ ମିଲ୍ଖା ସିଂହଙ୍କର ଅନ୍ତିମ ସଂସ୍କାର କରିବା ସହ ଗୋଟିଏ ଦିନ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କହିଛନ୍ତିା ଟୁଇଟ୍ କରି ଅମରିନ୍ଦର ସିଂହ ଲେଖିଛନ୍ତି, ଆମ ସରକାରଙ୍କୁ ତରଫରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯାଇ ସ୍ୱର୍ଗତ ମିଲ୍ଖା ସିଂହଜୀଙ୍କ ଅନ୍ତିମ ସଂସ୍କାର କରିବା ପାଇଁ ନିର୍ଦେଶ ଦେଇଛିା ଦିବଂଗତ କିଂବଦନ୍ତିଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ପୂର୍ବକ ଗୋଟିଏ ଦିନ ରାଷ୍ଟ୍ରୀୟ ଶୋକ ମଧ୍ୟ ପାଳନ କରାଯିବା କୋଭିଡ୍-୧୯ଦ୍ୱାରା ଆକ୍ରାନ୍ତ ହୋଇଥିବା ମିଲ୍ଖା ସିଂହ ଚଣ୍ଡିଗଡ଼ର ଏକ ଡାକ୍ତରଖାନାରେ ଦୀର୍ଘଦିନ ଚିକିତ୍ସାଧୀନ ରହି ୯୧ ବର୍ଷ ବୟସରେ ଶୁକ୍ରବାର ରାତିରେ ପ୍ରାଣ ତ୍ୟାଗ କରିଛନ୍ତିା ୪ ଥର ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣପଦକ ହାସଲକାରୀ ସିଂହଙ୍କୁ ‘ଉଡ଼ନ୍ତା ଶିଖ୍\’ ଭାବେ ଅଭିହିତ କରାଯାଏା କୋଭିଡ୍-୧୯ଦ୍ୱାରା ଆକ୍ରାନ୍ତ ହୋଇଥିବା ତାଙ୍କ ପତ୍ନୀ ମଧ୍ୟ ଏ ସପ୍ତାହ ପ୍ରାରମ୍ଭରେ ମୃତ୍ୟୁବରଣ କରିଥିଲୋ ୧୯୬୦ ମସିହାରେ ରୋମ୍ରେ ଅନୁଷ୍ଠିତ ଅଲିମ୍ପିକ୍ କ୍ରୀଡ଼ାରେ ଆୟୋଜିତ ୪୦୦ ମିଟର୍ ଦେଡ଼ ପ୍ରତିଯୋଗିତାରେ ସେ ୪ର୍ଥ ସ୍ଥାନରେ ସ୍ଥାନୀତ ହୋଇଥିଲୋ ସେ ଥିଲେ ଅଲିମ୍ପିକ୍ କ୍ରୀଡ଼ାର ଚୂଡ଼ାନ୍ତ ପର୍ଯ୍ୟାୟକୁ ଯାଇଥିବା ପ୍ରଥମ ଭାରତୀୟ ବ୍ୟକ୍ତିବିଶେଷା ଜାତିକୁ ଉôଫୁଲ୍ଲିତ କରାଇ ଅଗଣିତ ଦେଶବାସୀଙ୍କ ଶ୍ରଦ୍ଧାଭାଜନ ହୋଇଥିବା ଜଣେ ମହାନ୍ କ୍ରୀଡ଼ାବିôଙ୍କୁ ଭାରତ ହରାଇଲା ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଲ୍ଖା ସିଂହଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
କିମ୍ବଦନ୍ତୀ କ୍ରୀଡାବିତ ଶ୍ରୀ ମିଲଖା ସିଂ ଜୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଶ୍ରୀ ମୋଦୀ ତାଙ୍କୁ ଜଣେ ମହାନ କ୍ରୀଡ଼ାବିତ ଭାବରେ ବର୍ଣ୍ଣନା କରିଛନ୍ତି, ଯିଏକି ଦେଶର ସାମୂହିକ ଭାବନାକୁ ପ୍ରତିଫଳିତ କରୁଥିଲେ ଏବଂ ଅଗଣିତ ଭାରତୀୟଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଥିଲେ । ଟ୍ୱିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, \”ଶ୍ରୀ ମିଲଖା ସିଂ ଜୀଙ୍କ ବିୟୋଗରେ ଆମେ ଜଣେ ମହାନ କ୍ରୀଡ଼ାବିତଙ୍କୁ ହରାଇଲୁ, ଯିଏକି ଅସଂଖ୍ୟ ଭାରତୀୟଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ । ତାଙ୍କର ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ଯୋଗୁଁ ସେ କୋଟି କୋଟି ଲୋକଙ୍କ ପ୍ରିୟପାତ୍ର ହୋଇପାରିଥିଲେ । ତାଙ୍କ ବିୟୋଗରେ ମୁଁ ବିଶେଷ ଭାବେ ମର୍ମାହତ । କିଛି ଦିନ ପୂର୍ବେ ମୁଁ ଶ୍ରୀ ମିଲଖା ସିଂ ଜୀଙ୍କ ସହ କଥା ହୋଇଥିଲି । ମୁଁ ଆଦୌ କଳ୍ପନା କରିନଥିଲି ଯେ ଏହା ଆମର ଶେଷ ବାର୍ତାଳାପ ହେବ । ଅନେକ ଉଦୀୟମାନ କ୍ରୀଡାବିତ ତାଙ୍କ ଜୀବନ ଯାତ୍ରାରୁ ପ୍ରେରଣା ପାଇବେ । ତାଙ୍କ ପରିବାର ଏବଂ ସମଗ୍ର ବିଶ୍ୱରେ ଥିବା ତାଙ୍କର ପ୍ରଶଂସକଙ୍କ ପ୍ରତି ମୋର ସମବେଦନା” ।