ଭୀଷଣ ବର୍ଷା ଯୋଗୁଁ ଭାସିଗଲେ ପରିବାରର ୫ ଜଣ
ଜମ୍ମୁକଶ୍ମୀର : ଜମ୍ମୁ ଓ କଶ୍ମୀରରେ ଭୀଷଣ ବର୍ଷା ଯୋଗୁଁ ଅଘଟଣ । ବାରମୂଳା ଜିଲା ଅନ୍ତର୍ଗତ ଦାଙ୍ଗିୱାଚି ଉପର ମୁଣ୍ଡରେ ରବିବାର ସକାଳେ ଭୀଷଣ ବର୍ଷା ହେବାରୁ ପାଖ ରଜୌରି ଜିଲାର ରଫିଆବାଦରେ ଗୋଟିଏ ପରିବାର ପାଣିରେ ଭାସି ଯାଇଛନ୍ତି। ଏଥିରେ ପରିବାରର ୫ ଜଣ ସଦସ୍ୟଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ଏଯାବତ୍ ସେମାନଙ୍କ ମଧ୍ୟରୁ ଜଣଙ୍କର ଶବ ଉଦ୍ଧାର କରାଯାଇଛି। ପରିବାରର ବାକି ସଦସ୍ୟଙ୍କ ଶବ ଉଦ୍ଧାର ପାଇଁ ତଲାସ ଅଭିଯାନ ଚାଲିଛି। ଖବର ପାଇ ପୋଲିସ ଘଟଣାସ୍ଥଳକୁ ଯାଇଛି। ଏନେଇ ଜମ୍ମୁ ଓ କଶ୍ମୀର ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଉପରୋକ୍ତ ସୂଚନା ଦେଇଛି।
ରଫିଆବାଦରେ ବାସ କରୁଥିବା ବକର୍ୱାଲ୍ ଜନଜାତି ସମ୍ପ୍ରଦାୟର ଲୋକେ ବସବାସ କରୁଥିଲେ । ଉକ୍ତ ଯାଯାବର ପରିବାରର ଅନ୍ୟୂନ ୫ଜଣ ସଦସ୍ୟ ନିଖୋଜ ହୋଇଥିବା ଏବଂ ସେମାନଙ୍କର ମୃତ୍ୟୁ ହୋଇଯାଇଥିବାର ସମ୍ଭାବନା ଅଛି ବୋଲି କଶ୍ମୀର ଉପତ୍ୟକାର ସ୍ଥାନୀୟ ଗଣମାଧ୍ୟମ ସବୁ ମଧ୍ୟ କହିଛନ୍ତି। ‘ଫ୍ରି ପ୍ରେସ୍ ଅଫ୍ କଶ୍ମୀର’ ରିପୋର୍ଟ କରିଛି ଯେ, ଉତ୍ତର କଶ୍ମୀରର ବାରମୂଳା ଜିଲ୍ଲା ଅନ୍ତର୍ଗତ ରଫିଆବାଦ ଅଞ୍ଚଳରେ ଅତି ପ୍ରବଳ ବୃଷ୍ଟିପାତ ହୋଇଥାଇ ପାରେ।