କାଜୁ ଜଙ୍ଗଲରୁ ନର କଙ୍କାଳ ଠାବ, ହତ୍ୟା ପରେ ପୋଡି ଦିଆଯାଇ ଥିବା ସନ୍ଦେହ
କୋରାପୁଟ : କୋରାପୁଟ ସଦର ଥାନା ଏକତାଗୁଡା କାଜୁ ଜଙ୍ଗଲରୁ ନର କଙ୍କାଳ ଠାବ । ଖବର ପାଏ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏପିରିକି ଶରୀର ମୁଣ୍ଡ ଓ ହାତ ବିଭିନ୍ନ ସ୍ଥାନରେ ପଡ଼ିରହିଥିବାର ଦେଖିବାକୁ ମିଳିଛି । କାଜୁ ଜଙ୍ଗଲର ବିଭିନ୍ନ ସ୍ଥାନରେ ପୋଡାଜଳା ଚିହ୍ନ ରହିଛି। ଘଟଣାସ୍ଥଳରେ ଏକ ଲାଲ ଗାମୁଛା ମଧ୍ୟ ପଡ଼ିଥିବାର ଦେଖିବାକୁ ମିଳିଛି ।
ତେବେ ନର କଙ୍କାଳଟି ମଣିଷର ହୋଇଥିବା ବେଳେ ପୁରୁଷ ନା ସ୍ତ୍ରୀ ତାହା ସ୍ପଷ୍ଟ ହୋଇପାରୁନାହିଁ। ପ୍ରମାଣ ନଷ୍ଟ ପାଇଁ ହତ୍ୟା କରି ପୋଡି ଦିଆଯାଇ ଥିବା ସନ୍ଦେହ କରାଯାଉଛି । ଏହା ହତ୍ୟା ନା ଆତ୍ମହତ୍ୟା ତଦନ୍ତ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି କୋରାପୁଟ ପୋଲିସ ଏସଡିପିଓ ପ୍ରକାଶ କରିଛନ୍ତି।