ଟଳିଲା ବାତ୍ୟା ସଂକଟ, ଜଓ୍ବାଦ ହେଲା ଡିପ୍ ଡିପ୍ରେସନ
ଭୁବନେଶ୍ୱର : ଟଳିଲା ବାତ୍ୟା ସଂକଟ । ବଙ୍ଗୋପସାଗରରେ ବଳ ଗୋଟାଇ ଓଡିଶା ଉପକୂଳକୁ ମାଡି ଆସୁଥିବା ବାତ୍ୟା ‘ଜୱାଦ’ ସେହି ସମୁଦ୍ରରେ ହିଁ ଦୁର୍ବଳ ହେବାରେ ଲାଗିଛି । ବର୍ତ୍ତମାନ ଜୱାଦ ଗଭୀର ଅବପାତରେ ପରିଣତ ହୋଇଥିବା ଟ୍ବିଟ ଯୋଗେ ସୂଚନା ଦେଇଛି ଭାରତୀୟ ପାଣିପାଗ କେନ୍ଦ୍ର ।
ଆଇଏମଡି ସୂଚନା ଅନୁସାରେ ସଂଧ୍ୟା ୫ଟା ୩୦ରେ ଜୱାଦ ଗଭୀର ଅବପାତରେ ପରିଣତ ହୋଇଛି । ସେତେବେଳକୁ ଏହା ବିଶାଖାପାଟଣା ଠାରୁ ୧୮୦ କିମି ଓ ଓଡିଶାର ଗୋପାଳପୁରରୁ ଠାରୁ ୨୬୦ କିମି ଦୂରରେ ରହିଥିଲା । ଏହାସହ ପୁରୀ ଉପକୂଳ ଠାରୁ ୩୩୦ କିମି ଓ ପାରାଦୀପ ଉପକୂଳରୁ ୪୨୦ କିମି ଦୂରରେ ସମୁଦ୍ର ରହିଛି ।