କେନ୍ଦ୍ରର ଜରୁରୀ ବୈଠକ : ରାଜ୍ୟମାନଙ୍କୁ ଦିଆଗଲା ୫-ସୁତ୍ରୀ ଓମିକ୍ରନ୍ ପରାମର୍ଶ
ନୂଆଦିଲ୍ଲୀ: ଓମିକ୍ରନକୁ ନେଇ କେନ୍ଦ୍ର ସରକାର କରିଛନ୍ତି ଉଚ୍ଚସ୍ତରୀୟ ବୈଠକ । ଏହି ବୈଠକରେ ରାଜ୍ୟ ସରକାରମାନଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ଏହି ବୈଠକରେ ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଏହିି ବୈଠକରେ କେନ୍ଦ୍ର ପକ୍ଷରୁ ସମସ୍ତ ରାଜ୍ୟମାନଙ୍କୁ ୫ ସୂଚୀ ପରାମର୍ଶ ଦିଆଯାଇଛି । ଯେଉଁଥିରେ ବିଦେଶରୁ ଆସୁଥିବା ସମସ୍ତ ଲୋକଙ୍କ ଉପରେ କଡା ନଜର ରଖିବାକୁ ପରାମର୍ଶ ଦିଆଯାଇଛି । ତା ସହିତ ଏନଫୋର୍ସମେଂଟ କଡାକଡି କରିବାକୁ ମଧ୍ୟ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର । ଖାଲି ସେତିକି ନୁହେଁ, ଟେଷ୍ଟିଂ ଓ ଟୀକାକରଣକୁ ଅଧିକ ଗୁରୁତ୍ୱ ଦେବାକୁ ମଧ୍ୟ କୁହାଯାଇଛି ।
ମିଳିଥିବା ସୂଚନା ମୁତାବକ, ବର୍ତମାନ ସୁଦ୍ଧା ୧୧୩୪ ଜଣ ବ୍ୟକ୍ତି ଏୟାର ସୁବିଧା ପୋର୍ଟାଲ ଜରିଆରେ ପଞ୍ଜୀକରଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣ ପଜିଟିଭ୍ ମଧ୍ୟ ଚିହ୍ନଟ ହୋଇଛନ୍ତି । ଏହି ପଜିଟିଭ୍ ହୋଇଥିବା ବ୍ୟକ୍ତିଙ୍କ ଭିତରୁ ୨ ଜଣ ଯାଜପୁର ଜିଲ୍ଲାର ହୋଇଥିବା ବେଳେ ବାକି ୨ ଜଣ ସୁନ୍ଦରଗଡ ଜିଲ୍ଲାର ବୋଲି ଜଣାପଡିଛି । ଏ ସମସ୍ତଙ୍କର ନମୁନା ଜିନୋମ୍ ସିକ୍ୟୁଏନ୍ସିଂ ପାଇଁ ପଠାଯାଇଛି ।