୩୦୦ ଅରବ ଡଲାରରେ ଦୁନିଆର ପ୍ରଥମ ବ୍ୟକ୍ତି ଏଲନ ମସ୍କ
ନୂଆଦିଲ୍ଲୀ : ଦୁନିଆର ସବୁଠୁ ବଡ ଧନୀ ବ୍ୟକ୍ତି ଟେସଲା କମ୍ପାନୀର ମାଲିକ ଏଲନ ମସ୍କଙ୍କ ସଂପତ୍ତି ଦିନକୁ ଦିନ ବଢିବାରେ ଲାଗିଛି। ଏବେ ସେ ଦୁନିଆର ଏକ ମାତ୍ର ଏମିତି ବ୍ୟକ୍ତି ଯାହାଙ୍କ ସଫଳତା ପର୍ଯ୍ୟନ୍ତ କେହି ପହଞ୍ଚି ପାରି ନାହାନ୍ତି। ଗତ ଗୁରୁବାର ମସ୍କଙ୍କ ସଂପତ୍ତିରେ ୯.୭୯ ଅରବ ଡଲାର ଅର୍ଥାତ ୭୩,୨୧୦ କୋଟି ଟଙ୍କା ବୃଦ୍ଧି ଘଟିଛି। ଏହା ପରେ ମସ୍କଙ୍କ ସଂପତ୍ତି ୩୦୨ ଅରବ ଡଲାରରେ ପହଞ୍ଚି ଯାଇଛି। ତାଙ୍କ ସଂପତ୍ତି ୩୦୦ ଅରବ ଡଲାରରେ ପହଞ୍ଚିବାରେ ମସ୍କ ଦୁନିଆର ଏକ ମାତ୍ର ବ୍ୟକ୍ତି। ଏଥିସହିତ ଟେସଲାର ମାର୍କେଟ୍ କ୍ୟାପ୍ ମଧ୍ୟ ଏକ ଲକ୍ଷ ଡଲାର ଅତିକ୍ରମ କରିଛି।
ବ୍ଲୁମବର୍ଗ ବିଲିଓନେୟାର୍ଶ ଇଣ୍ଡେକ୍ସ ମୁତାବକ ଦୁନିଆର ଦ୍ଵିତୀୟ ସବୁଠୁ ବଡ ଧନୀ ବ୍ୟକ୍ତି ହେଉଛନ୍ତି ଆମାଜନ କମ୍ପାନୀର ମାଲିକ ଜେଫ ବେଜୋସ। ତାଙ୍କର ସଂପତ୍ତି୧୯୯ ଅରବ ଡଲାରରେ ପହଞ୍ଚିଥିଲେ ମଧ୍ୟ ଏଲନ ମସ୍କଙ୍କ ସଂପତ୍ତି ତାଙ୍କଠୁ ୧୦୦ ଅରବ ଡଲାର ଅଧିକ। ଅନ୍ୟପଟେ ଦୁନିଆର ତୃତୀୟ ସବୁଠୁ ଧନୀ ବ୍ୟକ୍ତି ତାଲିକାରେ ଅଛନ୍ତି ବନାର୍ଡ ଆରନଲ୍ଟ। ଚତୁର୍ଥ ନମ୍ବରରେ ମାଇକ୍ରୋସଫ୍ଟର ସହ ସଂସ୍ଥାପକ ବିଲ୍ ଗେଟ୍ସ ଅଛନ୍ତି। ସୂଚନା ଯେ, ଦୁନିଆର ୧୦ ସବୁଠୁ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ଏଲନ ମସ୍କ ୩୦୨ ବିଲିୟନ ଡଲାର, ଜେଫ ବେଜୋସ ୧୯୯ ବିଲିୟନ ଡଲାର, ୩ ବନାର୍ଡ ଆରନଲ୍ଟ ୧୬୮ ବିଲିୟନ ଡଲାର, ବିଲ୍ ଗେଟ୍ସ ୧୩୫ ବିଲିୟନ ଡଲାର, ଲାରି ପେଜ୍ ୧୨୯ ବିଲିୟନ ଡଲାର, ସର୍ଜି ବ୍ରିନ୍ ୧୨୫ ବିଲିୟନ ଡଲାର, ମାର୍କ ଜୁକରବର୍ଗ ୧୧୮ ବିଲିୟନ ଡଲାର, ଷ୍ଟିଭ୍ ବାଲମର ୧୧୬ ବିଲିୟନ ଡଲାର, ଲାରି ଏଲିସନ ୧୧୫ ବିଲିୟନ ଡଲାର, ଓ୍ଵାରେନ ବଫେଟ୍ ୧୦୫ ବିଲିୟନ ଡଲାର ରହିଛି ।