ଏ କି ଶିକ୍ଷା ବ୍ୟବସ୍ଥା ? କ୍ଲାସରେ ନିଘୋଡ଼ ନିଦ୍ରାରେ ଶୋଇଛନ୍ତି ଶିକ୍ଷକ, ବିଞ୍ଚୁଛନ୍ତି ଛାତ୍ରୀ
ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଏକ ଲଜ୍ଜାଜନକ ଭିଡିଓ ଭାଇରାଲ ହେଉଛି । ଭିଡିଓଟି ଏକ ବିଦ୍ୟାଳୟର । ଯେଉଁଠାରେ ଜଣେ ମହିଳା ଶିକ୍ଷକ ପୁରା କ୍ଲାସରେ ଶୋଇଥିବାର ଦେଖିବାକୁ ମିଳିଛି । ଆପଣ ଦେଖିପାରିବେ ପିଲାମାନେ ଶ୍ରେଣୀଗୃହରେ ବସିଛନ୍ତି ଏବଂ ମହିଳା ଶିକ୍ଷକ କିପରି ନିଘୋଡ ନିଦରେ ଶୋଇଛନ୍ତି । କେବଳ ଏତିକି ନୁହେଁ, ଶିକ୍ଷକଙ୍କ ପାଖରେ ଛିଡ଼ା ହୋଇ ଜଣେ ଛାତ୍ରୀ ଶିକ୍ଷକଙ୍କୁ ବିଞ୍ଚୁଛନ୍ତି । ଏହି ଭିଡିଓ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଲୋକମାନେ ମହିଳା ଶିକ୍ଷକଙ୍କୁ ନିନ୍ଦା କରିବା ଆରମ୍ଭ କରିଦେଇଛନ୍ତି ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ବିହାରର ଏକ ସରକାରୀ ବିଦ୍ୟାଳୟ ବିଷୟରେ କୁହାଯାଉଛି । ଯାହାକି ସରକାରୀ ବିଦ୍ୟାଳୟର ବାସ୍ତବ ଚିତ୍ରକୁ ସାମ୍ନାକୁ ଆଣିଛି । ଆପଣ ଦେଖିପାରିବେ ପିଲାମାନେ ଶ୍ରେଣୀଗୃହରେ ଭୂମିରେ ବସିଛନ୍ତି । ପାଖରେ ଏକ ଚେୟାର ରଖାଯାଇଛି । ମହିଳା ଶିକ୍ଷକ ଚେୟାରରେ ଶୋଇଛନ୍ତି । ଏହି ସମୟରେ ଛାତ୍ରୀଜଣଙ୍କୁ ଶିକ୍ଷକଙ୍କୁ ବିଞ୍ଚୁଛନ୍ତି । ଏଥିସହ ଶ୍ରେଣୀ ଗୃହରେ ବସିଥିବା ବାକି ଛାତ୍ରଛାତ୍ରୀମାନେ ମଧ୍ୟ ଚଟାଣରେ ବସିଛନ୍ତି । ଏହି ଭିଡିଓକଟି ବିହାରର ବେତିଆ ଜିଲ୍ଲାର ଏକ ସରକାରୀ ବିଦ୍ୟାଳୟ ବିଷୟରେ କୁହାଯାଉଛି । ଭିଡିଓକୁ ଦେଖିବା ପରେ ୟୁଜର୍ସ ଗାଳି କରିବା ଆରମ୍ଭ କରିଦେଇଛନ୍ତି ।