ହାଇଦ୍ରାବାଦ ଓ ଦିଲ୍ଲୀରେ ଭୂକମ୍ପ
ହାଇଦ୍ରାବାଦ : ଦେଶରେ ଗତ କିଛିଦିନ ଭିତରେ ଅନେକ ରାଜ୍ୟରେ ଭୂକମ୍ପ ହେବାର ନିରନ୍ତର ଖବର ରହିଛି । ରାଜଧାନୀ ଦିଲ୍ଲୀ ଓ ହାଇଦ୍ରାବାଦରେ ଆଜି ସକାଳେ ଭୂକମ୍ପ ଝଟକା ଅନୁଭବ ହୋଇଛି । ତେଲେଙ୍ଗାନାର ହାଇଦ୍ରାବାଦରେ ସୋମବାର ସକାଳ ପ୍ରାୟ ୫ଟାରେ ଏହି ଭୂକମ୍ପ ଝଟକା ଅନୁଭବ ହୋଇଛି । ଏନସିଏସ ସୂଚନା ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୪.୦ ରେକର୍ଡ କରାଯାଇଛି । ଯାହାଫଳରେ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଯାଇଛି । ଜାତୀୟ ଭୂକମ୍ପ କେନ୍ଦ୍ର ଅଧିକାରୀମାନେ କହିଛନ୍ତି ଯେ ଭୂକମ୍ପର କେନ୍ଦ୍ରସ୍ଥଳ ହାଇଦ୍ରାବାଦର ଦକ୍ଷିଣରେ ଥିଲା । ଏଥିରେ ଏଯାଏଁ କୌଣସି ଧନଜୀବନ ହାନୀ ହୋଇଥିବା ନେଇ କୌଣସି ସୂଚନା ମିଳି ନାହିଁ ।
ସେହିପରି ଦିଲ୍ଲୀରେ ସକାଳ ୬ଟା ୪୨ରେ ଭୂକମ୍ପ ଅନୁଭବ ହୋଇଥିବା ବେଳେ ଏହା କାରଣରୁ ମେଟ୍ରୋ ସେବା କିଛି ସମୟ ପାଇଁ ବନ୍ଦ କରାଯାଇଥିଲା । ଏଥିରେ କୌଣସି ଧନଜୀବନ ହାନୀ ହୋଇଥିବା ନେଇ ଖବର ମିଳିନାହିଁ ।