ଓଡ଼ିଶାରେ ମରୁଡ଼ି ଘୋଷଣା କରାଯାଉ : ପିଙ୍କି ଶିବରାଜ୍ ଶାହା
ଭୁୁବନେଶ୍ୱର : ଓଡିଶାର ବିଭିନ୍ନ ଜିଲ୍ଲାରେ ମରୁଡିର ସ୍ଥିତି ଉତ୍କଟ ହୋଇଛି । ବର୍ତମାନର ବିଜେଡି ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି । ମରୁଡିର ସମୀକ୍ଷା କରି କେନ୍ଦ୍ରକୁ ଜଣାଇଲେ ଚାଷୀମାନେ ଉପକୃତ ହେବେ ବୋଲି କହିଛନ୍ତି ଯେ ଭାରତୀୟ କିଶାନ୍ ମୋର୍ଚ୍ଚାର ରାଷ୍ଟ୍ରୀୟ ସମ୍ପାଦିକା ଶ୍ରୀମତି ପିଙ୍କି ଶିବରାଜ୍ ଶାହା ।
ଓଡିଶାରେ ମରୁଡି ପ୍ରତିକାର ପାଇଁ ଜଳ ସେଚନର ଘୋର ଅବ୍ୟବସ୍ଥା ଓ ଉଠା ଜଳସେଚନର ବ୍ୟବସ୍ତା ସମ୍ପୂର୍ଣ୍ଣ ଖରାପ ଅଛି ଚାଷୀମାନେ ଅଭିଯୋଗ କରିଲେ ମଧ୍ୟ କୌଣସି ପ୍ରତିକାର ହୋଉନାହିଁ ଏହି ସରକାର ତୁରନ୍ତ କାର୍ଯ୍ୟନୁଷ୍ଠାନ ନେବା ପାଇଁ ରାଜ୍ୟ କୃଷକ ମୋର୍ଚ୍ଚାର ସଭାପତି ପ୍ରଦିପ ପୂରୋହିତ ଅନୁରୋଧ କରିଛନ୍ତି ନଚେତ୍ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବେ । ଏହି ସାମ୍ବାଦିକ ସମ୍ମିଳନୀରେ କୃଷକମୋର୍ଚ୍ଚା ରାଜ୍ୟ ସମ୍ପାଦକ ଲକ୍ଷ୍ମଣ ବାଗ୍ ଓ କାମାକ୍ଷ୍ୟା ପ୍ରଧାନ, କୋଷାଧ୍ୟକ୍ଷ ବିଶ୍ୱଜିତ୍ ସ୍ୱାଇଁ, ରାଜ୍ୟ ପ୍ରବକ୍ତା ରାଜେନ୍ଦ୍ର ପଣ୍ଡା, ଗଣମାଧ୍ୟମ ସଂଯୋଜକ ହିତେଶ୍ ମହାପାତ୍ର ଉପସ୍ଥିତ ଥିଲେ ।