ଟିକାକରଣରେ ରେକର୍ଡ କରୁଛି ରାଜ୍ୟ : କୋଟିଏ ଛୁଇଁଲା ଡବଲ୍ ଡୋଜ୍
ଭୁବନେଶ୍ୱର : ଟିକାକରଣରେ ରେକର୍ଡ କରୁଛି ଓଡ଼ିଶା। କରୋନା ସ୍ଥିତି ଏବେ ରାଜ୍ୟରେ ଭଲ ରହିଥିବା ବେଳେ ବ୍ୟାପକ ଟିକାକରଣ ଜାରି ରହିଛି । ଏହାରି ମଧ୍ୟରେ ରାଜ୍ୟରେ ୧ କୋଟି ଲୋକ ଟିକାର ଦୁଇଟି ଯାକ ଡୋଜ୍ ନେଇ ସାରିଥିବା ଜଣାପଡ଼ିଛି । ଏନେଇ ଷୋମବାର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ରାଜ୍ୟରେ ୩ କୋଟି ୪୦ ଲକ୍ଷ ଲୋକ ଟିକାର ଗୋଟିଏ ଡୋଜ୍ ନେଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ କହିଛି ।