ରବିବାର ସୂର୍ଯ୍ୟୋଦୟ ପୂର୍ବରୁ କରନ୍ତୁ ଏହି ଉପାୟ ! ସୂର୍ଯ୍ୟଦେବଙ୍କ କୃପା ଲାଭ ହେବା ସହ ଚମକିବ ଭାଗ୍ୟ
ରବିବାରକୁ ସୂର୍ଯ୍ୟଦେବଙ୍କୁ ସମର୍ପିତ କରାଯାଇଛି । ସୂର୍ଯ୍ୟଦେବଙ୍କୁ ଗ୍ରହମାନଙ୍କର ରାଜା ବୋଲି ମଧ୍ୟ କୁହାଯାଇଥାଏ । ଜାତକରେ ସୂର୍ଯ୍ୟଙ୍କ ସ୍ଥିତି ମଜବୁତ ରହିବା ଦ୍ୱାରା ବ୍ୟକ୍ତିଙ୍କୁ ଧନ, ଯଶ, କିର୍ତ୍ତି, ମାନ-ସମ୍ମାନ, କ୍ୟାରିୟର ଏବଂ ସୁସ୍ଥ ସ୍ୱାସ୍ଥ୍ୟ ପ୍ରାପ୍ତି ହୋଇଥାଏ । ସେହିପରି ଜାତକରେ ସୂର୍ଯ୍ୟ କମଜୋର ଥିଲେ ଭାଗ୍ୟ ନିରବି ଯାଇଥାଏ । ଏଭଳି ସ୍ଥିତିରେ ସୂର୍ଯ୍ୟଦେବଙ୍କ ଉପାସନା ଦ୍ୱାରା ନିରବି ଯାଇଥିବା ଭାଗ୍ୟ ପୁଣି ଥରେ ଚମକି ଉଠେ । ଯଦି ଆପଣ ନିୟମିତ ସୂର୍ଯ୍ୟଦେବଙ୍କ ପୂଜା କରିପାରୁ ନାହାନ୍ତି ତେବେ ରବିବାର ଦିନ ସୂର୍ଯ୍ୟଦେବଙ୍କ ପୂଜା ଅବଶ୍ୟ କରନ୍ତୁ । ଧାର୍ମିକ ମାନ୍ୟତା ରହିଛି କି ସପ୍ତାହ ଯାକ ସୂର୍ଯ୍ୟଙ୍କ ଉପାସନାରେ ଯେଉଁ ଫଳ ମିଳିଥାଏ । ତାଠାରୁ ଅଧିକ ରବିବାର ପୂଜାରୁ ମିଳିଥାଏ । ଏହାଦ୍ୱାରା ଜାତକରେ ସୂର୍ଯ୍ୟଦେବଙ୍କ ସ୍ଥିତି ମଜବୁତ ହୋଇଥାଏ ଏବଂ ସମସ୍ତ ସମସ୍ୟା ଦୂର ହୋଇଥାଏ ।
ରବିବାର ସୂର୍ଯ୍ୟୋଦୟ ପୂର୍ବରୁ ଉଠନ୍ତୁ । ସ୍ନାନ ସାରି ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦିଅନ୍ତୁ । ଜଳ ଅର୍ପିତ କରିବା ସମୟରେ ଧ୍ୟାନ ରଖିଥିବେ କି ତମ୍ବା କଳରେ ରୋଳୀ, ଅକ୍ଷତ, ଲାଲ, ଫୁଲ, ଗୁଡ ପକାଇ ସୂର୍ଯ୍ୟଦେବଙ୍କୁ ଅର୍ପଣ କରିବେ । ମାନ୍ୟତା ରହିଛି କି ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେବା ଦ୍ୱାରା ତାଙ୍କ କୃପା ପ୍ରାପ୍ତ ହୋଇଥାଏ । ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ସମୟରେ ଧ୍ୟାନ ରଖିଥିବେ ଯେପରି ପାଣି ବୁନ୍ଦା ପାଦରେ ନ ପଡେ । ରବିବାର ନିୟମିତ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରିବା ଉଚିତ୍ । ଏହାଦ୍ୱାରା ସୂର୍ଯ୍ୟ ପ୍ରସନ୍ନ ହୋଇ ଭକ୍ତଙ୍କ ସମସ୍ତ ମନସ୍କାମନା ପୁରଣ କରିଥାନ୍ତି । ମାନ୍ୟତା ରହିଛି କି ରବିବାର ଦିନ ବ୍ରତ ରଖିବା ଦ୍ୱାରା ସୂର୍ଯ୍ୟଙ୍କ ସହ ଜଡିତ ଅନେକ ସମସ୍ୟା ଦୂର ହୋଇଯାଏ ।
ଏହିଦିନ ତମ୍ବା ବାସନ ଏବଂ ଗହମ ଦାନ କରିବା ଆର୍ଥିକ ସ୍ଥିତିକୁ ମଜବୁତ କରେ ।
କେବଳ ଏତିକି ନୁହେଁ ରବିବାର ଦିନ ଉପାସନା କରିବା ଦ୍ୱାରା ବୁଦ୍ଧି, ବଳ, ବିଦ୍ୟା, ବୈଭବ ପ୍ରାପ୍ତି ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସୂର୍ଯ୍ୟଙ୍କୁ ଆତ୍ମା, ମାନ-ପ୍ରତିଷ୍ଠା, ଅଧିକାରୀ ଏବଂ ସରାକରୀ କ୍ଷେତ୍ରରେ ସଫଳତାର କାରକ ବୋଲି କୁହାଯାଇଥାଏ । ସୂର୍ଯ୍ୟଦେବ ପ୍ରସନ୍ନ ହେବା ଦ୍ୱାରା ଆପଣଙ୍କ ଭାଗ୍ୟ ଚମକି ଉଠିଥାଏ । ଯଦି ଆପଣ ରବିବାର ଦିନ କୌଣସି ଅସହାୟ, ରୋଗୀ ଏବଂ କିନ୍ନରଙ୍କୁ ସାହାଯ୍ୟ କରିବେ ତେବେ ଜୀବନରେ ଖୁସୀ ବଳବତ୍ତର ରହିବ । ସେହିପରି ଜଳରେ ସିନ୍ଦୁର ମିଶାଇ ଭଗବାନଙ୍କଚ ଅର୍ପଣ କରିବା, ଗାଇକୁ ରୁଟି ଖାଇବାକୁ ଦେବା, ମାଛକୁ ଅଟା ଗୁଳା ଦେବା ସହିତ ସୂର୍ଯ୍ୟଦେବଙ୍କ କୃପା ଲାଭ ହୋଇପାରିବ ।
ରବିବାର ଦିନ କେଉଁ ଉପାୟ କରିବା ଉଚିତ୍ :
ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ
ଲାଲ ବା ଗୋଲାପି ରଙ୍ଗର ଫୁଲ ସୂର୍ଯ୍ୟଦେବଙ୍କୁ ଅର୍ପଣ କରନ୍ତୁ
ଲାଲ୍ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ
ପିମ୍ପୁଡିଙ୍କ ପାଇଁ ଚିନି ପକାନ୍ତୁ
ସୂର୍ଯ୍ୟଦେବଙ୍କ ସରଳ ଉପାୟ ‘ଓଁ ଘୃଣିଂ ସୂର୍ଯ୍ୟାୟଃ ଆଦିତ୍ୟଃ କୁ ୧୦୮ ଥର ଜପନ୍ତୁ’
ଅନ୍ୟ ଏକ ମନ୍ତ୍ର ଓଁ ହ୍ରାଂ ହ୍ରିଂ ହ୍ରୌଂ ସଃ ସୂର୍ଯ୍ୟାୟ ନମଃ ଜପନ୍ତୁ
ଗୁଡ ସେବନ କରନ୍ତୁ
ଭୁଲ୍ ରେ କରନ୍ତୁନି ଏହି କାମ :
ସେହିପରି ଏଭଳି କିଛି କାମ ରହିଛି ଯାହାକୁ ରବିବାର ଭୁଲରେ କରିବା କଥା ନୁହେଁ । ଏହିଦିନ ତେଲ ଏବଂ ଲୁଣ ସେବନ କରିବା ଉଚିତ୍ ନୁହେଁ । ମଦ-ମାଂସ ଆଦି ସେବନ କରିବା ଉଚିତ୍ ନୁହେଁ । ସେହିପରି ଏହିଦିନ ତେଲ ମାଲିସ କରିବା ଉଚିତ୍ ନୁହେଁ କି ତମ୍ବା ଜିନିଷ କିଣା ବିକା କରିବା ଉଚିତ୍ ନୁହେଁ ।