ପିଲାମାନଙ୍କ ଭ୍ୟାକ୍ସିନର ମୂଲ୍ୟ ଉପରେ ଚର୍ଚ୍ଚା : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଦେଶରେ ପିଲାମାନଙ୍କ ଭ୍ୟାକ୍ସିନ ଜାୟକୋବ-ଡିର ମୂଲ୍ୟ ଉପରେ ଖୁବ୍ଶୀଘ୍ର ଫୈସଲା ନିଆଯାଇପାରେ । ମଙ୍ଗଳବାର ଦିନ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମଂଡ଼ାବିୟା କହିଛନ୍ତି ଯେ ପିଲାମାନଙ୍କ ଭ୍ୟାକ୍ସିନ୍ ଜୟକୋବ-ଡିର ମୂଲ୍ୟ ଉପରେ ଚର୍ଚ୍ଚା କରାଯାଉଛି । ଜାୟକୋବ- ଡିର ଉତ୍ପାଦନ ଖୁବ୍ ଶୀଘ୍ର ଚାଲୁଛି, ମୂଲ୍ୟ ସ୍ଥିର ହେବା ପରେ ଏହାକୁ ମଧ୍ୟ ଟୀକାକରଣ କାର୍ଯ୍ୟକ୍ରମରେ ସାମିଲ କରାଯିବ । ସେ କହିଛନ୍ତି ଯେ ଜାୟକୋବ-ଡି ଦେଶରେ ସ୍ୱୀକୃତ ଛଅଟି ଭ୍ୟାକ୍ସିନ୍ ଏବଂ ଦ୍ୱିତୀୟ ସ୍ୱଦେଶୀ ଭ୍ୟାକ୍ସିନ୍ । ଏହା ଆତ୍ମନିର୍ଭର ଭାରତ ଏବଂ ମେକ୍ ଇନ୍ ଇଣ୍ଡିଆର ଭିଜନ୍କୁ ପୁରା କରିବ ।