ଢାକା ମାରାଥନରେ ହାବିଲଦାନ ଅନିଲ କୁମାର ସିଂହ ଜିତିଲେ ରୋପ୍ୟ ପଦକ
ପ୍ରୟାଗରାଜ : ୧୧୧ ପ୍ରାଦେଶିକ ସେନା କୃମାଉର ହାବିଲବାର ଅନିଲ କୁମାର ସିଂହ ଢାକା, ବାଂଙ୍ଗଲାଦେଶରେ ଆୟୋଜିତ ବଂଗବଂନ୍ଧୁ ଶେଖ ମୁଜୀବ ଢାକା ୨୦୨୩ରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି ।ଏହି ସୂଚନା ଶନିବାରଦିନ ସୂରକ୍ଷା ମନ୍ତ୍ରଣାଳୟ, ପ୍ରୟାଗରାଜର ମୁଖ୍ୟ ଜନସଂମ୍ପର୍କ ଅଧିକାରୀ ଶାନ୍ତନୁ ପ୍ରତାପ ସିଂହ କହିଛନ୍ତି । ଏହି ମାରାଥନରେ କେନିଆ , ଇଥିଓପିଆ , ପାକିସ୍ଥାନ , ୟୁକ୍ରେନ , ଶ୍ରୀଲଙ୍କା, ରୁଆଣ୍ଡାଏବଂ ଲିଥୁଆନିଆ ସହିତ ୧୧ଟି ଦେଶର ୧୦୦୦ରୁ ଅଧିକ ଅନ୍ତରଷ୍ଟ୍ରୀୟ ପ୍ରତିଯୋଗୀ ଭାଗ ନେଇଥିଲେ । ହାବିଲଦାର ଅନିଲ କୁମାର ସିଂହଙ୍କ ଅନୁକରଣୀୟ ପ୍ରଦର୍ଶନ ପାଇଁ ତାଙ୍କୁ ସିଲଭର ମେଡାଲ ଏବଂ ୪ ଲକ୍ଷ ବାଙ୍ଗଲାଦେଶୀ ଟଙ୍କାର ନଗଦ ପୁରସ୍କାର ଜେନେରାଲ ଏମଏମ ଶଫିଉଦ୍ଦୀନ ଅହମଦ , ଏସବିପି, ଆଏସପୀ, ଏନଡିୟୁ, ପିଏଚଡି, ଧଲ ସେନାଧ୍ୟକ୍ଷ , ବାଙ୍ଗାଲାଦେଶୀ ସେନା ଦ୍ୱାରା ପ୍ରଦାନ କରାଯାଇଛି ।