ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ଭାରତର ପରାଜୟ ପରେ କୋହଲିଙ୍କୁ ଅଧିନାୟକ ପଦରୁ ହଟାଇବାକୁ ଦାବି
ନୂଆଦିଲ୍ଲୀ : ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳ ଆଇସିସି ଟ୍ରଫି ଜିତିବାରେ ବାରମ୍ବାର ବିଫଳ ହେଉଛି । ଗତ ୪ ବର୍ଷରେ ଏହା ତୃତୀୟ ଥର ହୋଇଛି । ଦଳର ଏପରି ପ୍ରଦର୍ଶନକୁ ନେଇ ପ୍ରଶଂସକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
It's time to change
— Nitin Sreevstv (@SreevstvNitin) June 23, 2021
There are no any doubt that #Kohli is world class player
Bs captaincy use suit ni krri ?
Hars reality #worldtestchampionshipfinal#WTCFinal2021 #ViratKohli #MSDhoni #RohitSharma #IndiaVsNewZealand #WTC21#IndianCricketTeam #RishabhPant pic.twitter.com/fEd2r3WJdI
ପୂର୍ବରୁ ଭାରତ ୨୦୧୭ରେ ଆଇସିସି ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ପାକିସ୍ତାନଠୁ ହାରିଥିଲା । ଏହାପରେ ଦଳ ୨୦୧୯ ବିଶ୍ୱକପରେ ନ୍ୟୁଜିଲାଣ୍ଡଠାରୁ ଓ ୨୦୨୧ରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ମଧ୍ୟ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଛି । ବିରାଟ କୋହଲି ଦଳର ସବୁଠାରୁ ସଫଳ ଅଧିନାୟକ ହୋଇଥିଲେ ମଧ୍ୟ ତାଙ୍କ କବଜାରେ ଆଇସିସିର ଗୋଟିଏ ହେଲେ ଟ୍ରଫି ନାହିଁ । ଏନେଇ ଅସନ୍ତୁଷ୍ଟ ଫ୍ୟାନମାନେ ଟ୍ୱିଟରରେ ନିଜର ଅସନ୍ତୋଷ ଜାହିର କରିଛନ୍ତି। କିଛି ୟୁଜର କୋହଲିଙ୍କୁ ଅଧିନାୟକ ପଦରୁ ହଟାଇବାକୁ ଦାବି କରିଛନ୍ତି । ଆଉ କେହି କୋହଲି ଭାରତକୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନକରିବାକୁ କହିଛନ୍ତି । କୋହଲି ଆଇପିଏଲରେ ଆରସିବିର ଅଧିନାୟକ ଅଟନ୍ତି । ତାଙ୍କ ନେତୃତ୍ୱରେ ଦଳ ଥରେ ହେଲେ ଆଇପିଏଲ ଚାମ୍ପିଅନ ହୋଇନାହିଁ । ଫ୍ୟାନ୍ ମାନେ କୋହଲିଙ୍କ ବ୍ୟତୀତ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କ ଉପରେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେମାନେ ଦଳ ପାଇଁ ନୂଆ କୋଚ୍ ଦାବି କରୁଛନ୍ତି ।
#BCCI#TeamIndia #ICCWorldTestChampionship #captaincy #Kohli #RohitSharma #RohitasCaptain #WTCFinal21#WTC2021Final
— ….A$H (@im_ak47_) June 24, 2021
Indian Team #chokers under VK's Captaincy …
Indian team should opt-out VK and go for R45 as Captain for T20WC/2021
Retweet if u agree ☑️??? pic.twitter.com/kCQmuAjIT6
ସୂଚନା ଯେ, ସାଉଥମ୍ପଟନରେ ଖେଳାଯାଇଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ଭାରତ ନ୍ୟୁଜିଲାଣ୍ଡଠୁ ୮ ଓ୍ୱିକେଟରେ ପରାସ୍ତ ହୋଇଛି । ଭାରତ ଦେଇଥିବା ୧୩୯ରନର ଟାର୍ଗେଟରୁ କିଓ୍ୱି ମାତ୍ର ୨ ଓ୍ୱିକେଟ୍ ହରାଇ ହାସଲ କରିନେଇଥିଲା ।