ବାଲେଶ୍ୱର ଜିଲାସ୍ତରୀୟ ଆନ୍ତଃବିଦ୍ୟାଳୟ ଫୁଟବଲ ପ୍ରତିଯୋଗୀତାର ଚତୁର୍ଥ ଦିବସ
୩୯ଟି ୫-ଟି ବିଦ୍ୟାଳୟକୁ ୩୪୦ଟି ଫୁଟବଲ ବଣ୍ଟନ
ବାଲେଶ୍ୱର : ବାଲେଶ୍ୱର ସହର ଖ୍ରୀଷ୍ଟିଆନ ହାଇସ୍କୁଲ ଖେଳ ପଡ଼ିଆରେ ଜିଲାସ୍ତରୀୟ ୧୭ ବର୍ଷରୁ କମ୍ ବାଳିକା ଓ ବାଳକମାନଙ୍କ ଆନ୍ତଃବିଦ୍ୟାଳୟ ଫୁଟବଲ ପ୍ରତିଯୋଗୀତା-୨୦୨୨ ଶୁକ୍ରବାର ଚତୁର୍ଥ ଦିନରେ ପହଞ୍ôଚଛି । ଏହି ପରିପ୍ରେକ୍ଷୀରେ ୩ଟି ମ୍ୟାଚ୍ ବାଳକ ବିଭାଗରେ ଖେଳା ଯାଇଥିଲା । ଅତିଥି ଭାବେ ପୂର୍ବତନ ସନ୍ତୋଷ ଟ୍ରଫି ଖେଳାଳୀ ଶକ୍ତି ଭଟ୍ଟାଚାର୍ଯ୍ୟ, କ୍ରୀଡ଼ା ସଙ୍ଗଠକ ଓ ଫୁଟବଲ ଖେଳାଳୀ ସାଦିକ୍ ଅଲ୍ଲୀ ଖାନ୍, ଜିଲା କ୍ରୀଡ଼ା ସଂଘ ଯୁଗ୍ମ ସମ୍ପାଦକ ସୁଜୟ କୁମାର ଆଚାର୍ଯ୍ୟ ଯୋଗଦେଇଥିଲେ ।
ପ୍ରଥମ ମ୍ୟାଚ୍ ପୂର୍ବାହ୍ନ ୯ଟା ସମୟରେ ବାଲେଶ୍ୱର ମୁନିସିପାଲିଟି ସହ ସୋର ବ୍ଲକ ମଧ୍ୟରେ ଖେଳାଯାଇଥିଲା । ଏଥିରେ ବାଲେଶ୍ୱର ମୁନିସିପାଲିଟି ୩/୧ ଗୋଲ୍ରେ ବିଜୟୀ ହୋଇଥିଲା । ସେହିପରି ଦ୍ୱିତୀୟ ମ୍ୟାଚ୍ ୧୦ଟା ୩୦ ମିନିଟ୍ ସମୟରେ ରେମୁଣା ବ୍ଲକ ଓ ବାହାନଗା ବ୍ଲକ ମଧ୍ୟରେ ଖେଳାଯାଇଥିଲା । ଏଥିରେ ରେମୁଣା ବ୍ଲକ ୭/୦ ଗୋଲ୍ରେ ବିଜୟୀ ହୋଇଛି । ତୃତୀୟ ମ୍ୟାଚ୍ ଅପରାହ୍ନ ୩ଟା ସମୟରେ ବାଲେଶ୍ୱର ମୁନିସିପାଲିଟି ଓ ରେମୁଣା ବ୍ଲକ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ରେମୁଣା ବ୍ଲକ ୫/୦ରେ ବିଜୟୀ ହୋଇଥିଲା । ପ୍ରଦୀପ କୁମାର ଦାସ, ସର୍ଫରାଜ ଫିରଦୋସ, ତୋଫାନ ସିଂ, ସୀତା ମାଝୀ, ପ୍ରଦୀପ କୁମାର ଦତ୍ତ ଓ ସୁଦାମ ବୁଗୁଡ଼ାଇ ମ୍ୟାଚ୍ଗୁଡ଼ିକୁ ପରିଚାଳନା କରିଥିଲେ । ଏହି ଅବସରରେ ୩ଟି ବ୍ଲକ ରେମୁଣା, ନୀଳଗିରି ଓ ଔପଦାର ୩୯ଟି ୫-ଟି ବିଦ୍ୟାଳୟକୁ ୩୪୦ଟି ଫୁଟବଲ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଖ୍ରୀଷ୍ଟିଆନ ହାଇସ୍କୁଲ ପ୍ରଧାନଶିକ୍ଷକ ନାରାୟଣ ପୃଷ୍ଟି, ଜିଲା ସ୍କୁଲ ପ୍ରଧାନଶିକ୍ଷକ ନୀଶିକାନ୍ତ ପତି, ପ୍ରଧାନଶିକ୍ଷକ ହିମାଂଶୁ ଶେଖର ନାୟକ, ଶକୁନ୍ତଳା ସରକାରୀ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ସୁମତୀ ମଣ୍ଡଳ ।
ସୂଚନା ଯେ, ଏହି ଜିଲାସ୍ତରୀୟ ଆନ୍ତଃବିଦ୍ୟାଳୟ ଫୁଟବଲ ପ୍ରତିଯୋଗୀତା ଗତ ମଙ୍ଗଳବାର ଉଦ୍ଘାଟିତ ହୋଇଥିଲା । ଏହି ପ୍ରତିଯୋଗୀତା ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଏଥିରେ ଜିଲାର ମୋଟ୍ ୧୨ଟି ବ୍ଲକରୁ ପ୍ରତ୍ୟେକ ବ୍ଲକରୁ ଗୋଟିଏ ପୁଅ ଓ ଗୋଟିଏ ଝିଅ (୧୭ ବର୍ଷରୁ କମ୍) ଦଳ ଏବଂ ବାଲେଶ୍ୱର ମ୍ୟୁନିସିପାଲିଟିର ୨ଟି ଦଳକୁ ମିଶାଇ ପୁଅ ୧୩ ଓ ଝିଅ ୧୩ଟି ମୋଟ୍ ୨୬ଟି ଦଳ ଭାଗ ନେଇଥିବାର ଜଣାପଡ଼ିଛି ।