ରାଜ୍ୟରେ ବଢୁଛି ଅପରାଧିକ ମାମଲା : ଗୃହ ରାଷ୍ଟ୍ରମନ୍ତ୍ରୀ
- ୨୦୧୯ରେ ୧ଲକ୍ଷ ୨୧ହଜାର ୫୨୫ ଓ ୨୦୨୦ରେ ୧ଲକ୍ଷ ୩୪ହଜାର ୨୪୩ଟି ମାମଲା ପଞ୍ଜିକୃତ
ଭୁବନେଶ୍ୱର : ବିଧାନସଭା ମୌସୁମୀ ଅଧିବେଶନର ପଞ୍ଚମ ଦିନରେ ଗୃହକାର୍ଯ୍ୟ ସ୍ୱାଭାବିକ ଚାଲିଛି । ଗୃହରେ ବିଧାୟକ ଗଣେଶ ରାମ ଖୁଣ୍ଟିଆଙ୍କ ପ୍ରଶ୍ନର ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଉତ୍ତର ରଖିଛନ୍ତି ।
ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଅପରାଧିକ ମାମଲା ବଢ଼ିବାରେ ଲାଗିଛି । ୨୦୧୯-୨୦ ଆର୍ଥିକ ବର୍ଷରେ କେତେ ଅପରାଧିକ ମାମଲା ପଞ୍ଜିକୃତ ହୋଇଛି ତାହାର ହିସାବ ଦେଇଛନ୍ତି ସରକାର। ୨୦୧୯ରେ ୧ ଲକ୍ଷ ୨୧ ହଜାର ୫୨୫ ମାମଲା ପଞ୍ଜିକୃତ ହୋଇଥିବା ବେଳେ ୨୦୨୦ରେ ୧ ଲକ୍ଷ ୩୪ ହଜାର ୨୪୩ଟି ମାମଲା ପଞ୍ଜିକୃତ ହୋଇଛି।