ଭିଜିଲାନ୍ସ ଜାଲରେ ସମବାୟ ସମିତି ସମ୍ପାଦକ
ବରଗଡ଼ : ଭିଜିଲାନ୍ସ ଜାଲରେ ସମବାୟ ସମିତି ସମ୍ପାଦକ । ବରଗଡ଼ ଜିଲା ଗାଈସିଲେଟ ବ୍ଲକ ସମବାୟ ସମିତି ସମ୍ପାଦକ ଘନଶ୍ୟାମ ସାହୁ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଏକାକାଳୀନ ତାଙ୍କ ଅଫିସ ଓ ବାସଭବନରେ ଚଢାଉ ଚାଲିଛି ।
ସୂଚନା ଅନୁସାରେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗାଈସିଲେଟ ବ୍ଲକ ସମବାୟ ସମିତି ସମ୍ପାଦକଙ୍କ ଘରେ ଚଢାଉ ଜାରି ରହିଛି । ଏହି ଚଢାଉରେ ବର୍ତ୍ତମାନ ସୁଦ୍ଧା ୩ଟି ଜମି, ଗୋଟିଏ ସ୍କର୍ପିଓ, ଗୋଟିଏ ବାଇକ୍, ସୁନାଗହଣା ସହ ନଗଦ ୧ ଲକ୍ଷ ୬୮ ହଜାର ଟଙ୍କା ଜବତ ହୋଇଛି ।