ସମ୍ବିଧାନ କାଶ୍ମୀରକୁ ଭାରତ ସହ ଜଡ଼ିତ ରଖିଥିଲା, କିନ୍ତୁ ବିଜେପି ଏହାକୁ ନଷ୍ଟ କରିଦେଲା – ମେହବୁବା ମୁଫତି
ଶ୍ରୀନଗର : ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି କହିଛନ୍ତି ଯେ ଅଗଷ୍ଟ ୫, ୨୦୧୯ରେ ବିଜେପି ଆମଠାରୁ ଯାହା ଛଡ଼ାଇ ନେଇଛି ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡ଼ିପି) ଏହାକୁ ସୁଧମୂଳ ସହ ଫେରାଇ ଆଣିବ । କାଶ୍ମୀରକୁ ଭାରତ ସହିତ ଏହାର ସମ୍ବିଧାନ ଯୋଡ଼ି ରଖିଥିଲା, କିନ୍ତୁ ବିଜେପି ଏହାକୁ ନଷ୍ଟ କରିଦେଲା । ଏହି ଭାରତ କବେଳ ବିଜେପିର ନୁହେଁ । ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ରବିବାର ଦିନ ପିଡ଼ିପିର ଶ୍ରୀନଗର ସ୍ଥିତ ମୁଖ୍ୟାଳୟର ବାହାର ପାର୍କରେ ପିଡ଼ିପିର ଯୁବ ୱିଙ୍ଗର ମାନଙ୍କ ସହିତ ଏକ ସମ୍ମିଳନୀରେ ସମ୍ବୋଧିତ କରି ଏହା କହିଥିଲେ ।