ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଯାଜପୁର ପକ୍ଷରୁ ସମ୍ବିଧାନ ଦିବସ ପାଳନ
ଯାଜପୁର : ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଯାଜପୁର ତରଫରୁ ସମ୍ବିଧାନ ଦିବସ ଜିଲ୍ଲା ଜଜ୍ ଶ୍ରୀ ଦାମୋଦର ରଥଙ୍କ ଅଧ୍ୟକ୍ଷତାରେ ଜିଲ୍ଳା କୋର୍ଟ ପରିସରରେ ପାଳନ କରାଯାଇଛି । ଏହି ଅବସରରେ କୋର୍ଟର ସମସ୍ତ ବିଚାରପତିଗଣ ତଥା ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀ ଯତିନ୍ଦ୍ର ମୋହନ ବେହେରା, ପରିବାର ଅଦାଲତର ବିଚାରପତି ଶ୍ରୀମତୀ ମମିତା ଦାସ, ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀମତୀ ଜାନକୀ ବିଶ୍ୱାଳ, ସୁନିଲ କୁମାର ଦାସ, ସି.ଜେ.ଏ.ମ, ହୃଷିକେଶ ସାହୁ, ରେଜିଷ୍ଟାର ନରୋତମ ସେଠୀ, ବରିଷ୍ଠ ଦେୱାନୀ ବିଚାରପତୀ ପ୍ରଶନ୍ନ କୁମାର ବେହେରା, ବରିଷ୍ଟ ଦେୱାନୀ ବିଚାରପତି (ଏଲ.ଆର ଓ ଏଲ. ଟି. ଭି) ଦୁର୍ବାଶା ଦୁର୍ଗା, ଏସ୍.ଡ଼ି.ଜେ.ଏମ ଶ୍ରୀମତୀ ବିଶ୍ୱକଲ୍ୟାଣୀ ମିଶ୍ର, ଦେୱାନୀ ବଚାରପତି ଇପ୍ସିତା ନନ୍ଦ, ଜେ.ଏମ.ଏଫ.ସି ମଧୁସ୍ମିତା ନାୟକ, ଲକ୍ଷ୍ମିପିୟା ସ୍ୱାଇଁ ଯୋଗଦାନ କରିଥିଲେ । ସ୍ଥାନୀୟ ବାରର ଓକିଲବୃନ୍ଦ, ସମସ୍ତ କୋର୍ଟ ଓ ପ୍ରାଧିକରଣର କର୍ମଚାରୀବୃନ୍ଦଙ୍କ ସମେତ ପାରାଲିଗାଲ ଭଲ୍ୟୁଣ୍ଠିରମାନେ ଅଂଶ ଗ୍ରହଣ କରି ସମୁହ ସମ୍ବଧାନର ମୁଖବନ୍ଧ ପାଠ କରିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମ୍ପାଦିକା ଶ୍ରୀମତୀ ଜ୍ୟୋତିର୍ମୟୀ ଦାସ ଏହାର ସୁପରିଚାଳନ କରିଥିଲେ ।