କମନୱେଲଥ ଗେମ୍ସ-୨୦୨୨ରେ ସ୍ଥାନ ପାଇଛି କ୍ରିକେଟ୍, ଜାଣନ୍ତୁ ପୂର୍ବରୁ କିପରି ଥିଲା ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ
ନୂଆଦିଲ୍ଲୀ : ବର୍ମିିଂହାମରେ ଆୟୋଜିତ ହେବ ୨୨ତମ କମନୱେଲଥ ଗେମସ । ଭାରତୀୟ ଅଲମ୍ପିକ ଆସୋସିଏସନ ବା ଆଇଓଏ ଦ୍ୱାରା ଆୟୋଜିତ ହେବ । ଏହି ଗେମସ ଆସନ୍ତା ଜୁଲାଇ ୨୮ରୁ ଆରମ୍ଭ ହୋଇ ଅଗଷ୍ଟ ୮ ଯାଏଁ ବ୍ରିଟିଶ ସହରରେ ହେବାକୁ ଯାଉଛି । ଏଥର କ୍ରିକେଟ୍ ମଧ୍ୟ ଏହି ଖେଳଗୁଡିକରେ ସ୍ଥାନ ପାଇଛି । କିନ୍ତୁ ଆପଣ ଜାଣନ୍ତି କି କ୍ରିକେଟ୍ ଅତୀତରେ କମନୱେଲଥ ଗେମ୍ସର ଏକ ଅଂଶ ହୋଇଆସୁଛି । ୧୯୯୮ରେ ମାଲେସିଆରେ କମନୱେଲଥ ଗେମ୍ସ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ପୁରୁଷ କ୍ରିକେଟ୍ ସ୍ଥାନ ପାଇଥିଲା ।
କୁଆଲାଲମ୍ପୁର ମାଲେସିଆରେ ଖେଳାଯାଇଥିବା କମନୱେଲଥ ଗେମ୍ସରେ ୫୦ ଓଭର ଫର୍ମାଟରେ କ୍ରିକେଟ୍ ଖେଳାଯାଇଥିଲା, ଯେଉଁଥିରେ ବଡ ଦଳ ଅଂଶଗ୍ରହଣ କରିଥିଲେ ଏବଂ ଭାରତୀୟ ଦଳ ଏହି ଟୁର୍ନାମେଣ୍ଟରେ ଖେଳିବାକୁ ଆସିଥିଲେ | ୧୯୯୮ କମନୱେଲଥ ଖେଳ ଭାରତୀୟ ଦଳ ପାଇଁ ବହୁତ ଖରାପ ଥିଲା। ୩ଟି ମଧ୍ୟରୁ ଟିମ୍ ଇଣ୍ଡିଆ କେବଳ ଗୋଟିଏ ମ୍ୟାଚ୍ ଜିତିଥିଲା। ସେତେବେଳେ ଭାରତୀୟ ଦଳରେ ଅଜୟ ଜାଡେଜା, ସଚିନ ତେନ୍ଦୁଲକର, ଅନିଲ କୁମ୍ବଲେ, ହରଭଜନ ସିଂ, ଭିଭିଏସ୍ ଲକ୍ଷ୍ମଣଙ୍କ ଭଳି ଖେଳାଳି ଥିଲେ।
ସଚିନ ତେନ୍ଦୁଲକର ସେହି ସମୟରେ ତିନୋଟି ମ୍ୟାଚରେ ମାତ୍ର ୨୮ ରନ୍ ସଂଗ୍ରହ କରିଥିଲେ। ଭାରତୀୟ ଦଳ ସେମିଫାଇନାଲ ମ୍ୟାଚରେ ମଧ୍ୟ ପହଞ୍ଚିପାରି ନଥିଲା । ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲ୍ୟାଣ୍ଡ ଏବଂ ଶ୍ରୀଲଙ୍କାର ଦଳ ସେମିଫାଇନାଲରେ ପ୍ରବେଶ କରିଥିଲେ ଏବଂ ଫାଇନାଲ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା । ଯେଉଁଥିରେ କଙ୍ଗାରୁ ଦଳ ପରାସ୍ତ ହୋଇଥିଲା ଏବଂ ଦକ୍ଷିଣ ଆଫ୍ରିକା ଦଳ ସ୍ୱର୍ଣ୍ଣ ପଦକ ଜିତିଥିଲା ।