ଚିତ୍ତରଞ୍ଜନ ପଲ୍ଲେଇ ହତ୍ୟା ମାମଲା, ୨ ଗିରଫ
ପୁରୀ : ସଞ୍ଜୟ ଦାସବର୍ମାଙ୍କ ସହଯୋଗୀ ଚିତ୍ତରଞ୍ଜନ ପଲ୍ଲେଇ ହତ୍ୟା ମାମଲା ଉପରୁ ପରଦା ହଟିଛି। ହତ୍ୟା ଅଭିଯୋଗରେ କ୍ରାଇମବ୍ରାଞ୍ଚ ୨ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଦ୍ୱୟ ହେଲେ ଜଗନ୍ନାଥ ଷଡ଼ଙ୍ଗୀ ଓ ଅଶୋକ ଉପାଧ୍ୟୟ। ଦଫା ୩୦୨, ୧୨୦ ବି ଓ ୩୪ ଆଇପିସିରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।
ଏହି ହତ୍ୟା ଘଟଣାରେ ଆଉ କିଛି ବ୍ୟକ୍ତିଙ୍କ ସମ୍ପୃକ୍ତି ଥାଇପାରେ ବୋଲି କ୍ରାଇମବ୍ରାଞ୍ଚ ଡିଏସପି କହିଛନ୍ତି। ଅଭିଯୁକ୍ତଙ୍କୁ ୭ ଦିନ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରାଯାଇଛି। ଏଥିସହିତ ତଦନ୍ତ ଜାରି ରହିଛି ବୋଲି କ୍ରାଇମବ୍ରାଞ୍ଚ ସୂଚନା ଦେଇଛି।