ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ମନ୍ତ୍ରିମଣ୍ଡଳ : ୧୩ କ୍ୟାବିନେଟ ମନ୍ତ୍ରୀ ଓ ୮ଜଣ ରାଷ୍ଟ୍ର ମନ୍ତ୍ରୀ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମନ୍ତ୍ରୀ ମଣ୍ଡଳର ନବୀକରଣ କରିବାକୁ ଯାଉଛନ୍ତି । ସେଥିରେ ୨୦ଜଣଙ୍କୁ ତାଙ୍କ ମନ୍ତ୍ରୀ ମଣ୍ଡଳରେ ସାମିଲ କରିଛନ୍ତି । ଏଥିରେ ୧୩ ଜଣ ହେଉଛନ୍ତି କ୍ୟାବିନେଟ ପାହ୍ୟାର ଓ ଅନ୍ୟ ୮ଜଣ ରାଷ୍ଟ୍ର ମନ୍ତ୍ରୀ ପାହ୍ୟାର । ରବିବାର ୧୧ତା ୪୫ ମିନିଟ ସମୟରେ ରାଜ୍ୟର ନୂତନ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ ରାଜ୍ୟପାଳ କରାଇବେ । ଲୋକସେବା ଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ନୂଆ ମନ୍ତ୍ରୀମାନଙ୍କୁ ଭୁବନେଶ୍ୱରରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି ।