‘ଚେୟାରମ୍ୟାନ କପ୍’ ଫୁଟବଲ ଟୁର୍ଣ୍ଣାମେଣ୍ଟ : ୱାର୍ଡ ନମ୍ବର ୨ ଚାମ୍ପିୟନ
ଦେବଗଡ଼ : ଇନ୍ଦିରାଗାନ୍ଧୀ ଷ୍ଟାଡିୟମ ଠାରେ ଜିଲା କ୍ରୀଡା ସଂସଦ ପକ୍ଷରୁ ଆୟୋଜିତ ୨୧ ତମ ଇଣ୍ଟରକ୍ଲବ୍ ‘ଚେୟାରମ୍ୟାନ କପ୍’ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଛି । ଗତ ୧୩ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ଫୁଟବଲ ପ୍ରତିଯୋଗିତାରେ ମୋଟ ୧୧ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଆଜି ଫାଇନାଲ ମ୍ୟାଚରେ ୪-୧ ଗୋଲରେ ୱାର୍ଡ ନମ୍ବର ୩କୁ ପରାସ୍ତ କରି ୱାର୍ଡ ନମ୍ବର ୨ ଚାମ୍ପିୟନ ହୋଇଛି ।
ଉଦ୍ଯାପନୀ ଉତ୍ସବରେ ଅତିଥି ଭାବେ ଦେବଗଡ଼ ପୌରାଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ, ଅତିରିକ୍ତ ଆରକ୍ଷୀ ଅଧ୍ୟୀକ୍ଷକ ଅଙ୍କୁର କୁମାର ମଲ୍ଲିକ, କ୍ରୀଡା ସଂସଦ ଉପସଭାପତି ସତ୍ୟନାରାୟଣ ମିଶ୍ର ଓ ସମ୍ପାଦକ ଧୀରେନ୍ଦ୍ର ନାଏକ ପ୍ରମୁଖ ମଞ୍ଚାସୀନ ରହି ଖେଳାଳିଙ୍କୁ ଉତ୍ସାହିତ କରିବା ସହ ପ୍ରତିଯୋଗିତାର ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ସହ ନଗଦ ଅର୍ଥରାଶି ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ ପୁରୁଖା ଫୁଟବଲ ଖେଳାଳିଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।