ବାରିପଦାଠାରେ କେନ୍ଦ୍ରାଂଚଳ ରାଜସ୍ୱ କମିଶନରଙ୍କ ଶିବିର ଅଦାଲତ;: ମୋଟ ୭୫ଟି ରାଜସ୍ୱ ସଂକ୍ରାନ୍ତିୟ ବିଭିନ୍ନ ମାମଲାର ଶୁଣାଣୀ
ବାରିପଦା : କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ଡ. ସୁରେଶ ଚନ୍ଦ୍ର ଦଳାଇ, ଭା.ପ୍ର.ସେ. ମୟୂରଭଞ୍ଜ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ଅବସରରେ ତା ୧୪-୦୯-୨୦୨୨ରିଖ ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଫେସିଲିଟେସନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଶିବିର ଅଦାଲତରେ ରାଜସ୍ୱ ସଂକ୍ରାନ୍ତିୟ ବିଭିନ୍ନ ମାମଲାର ଶୁଣାଣୀ କରିଛନ୍ତିି । ଏହି ଶିବିରରେ ରାଜସ୍ୱ ସଂକ୍ରାନ୍ତିୟ ୫୭ଟି ଆରପି ଓ ୧୮ଟି ଆରସି ମୋଟ ୭୫ଟି ମାମଲାର ଶୁଣାଣୀ ପାଇଁ ଆଗତ ହୋଇଥିବା ରାଜସ୍ୱ ସଂକ୍ରାନ୍ତିୟ ବିଭିନ୍ନ ମାମଲାଗୁଡିକର କେନ୍ଦ୍ରାଂଚଳ ରାଜସ୍ୱ କମିଶନର ଶୁଣାଣୀ କରିଥିଲେ । ଅନୁଷ୍ଠିତ ଉକ୍ତ ଶିବିର ଅଦାଲତରେ ଅତିରିକ୍ତ ଉପଜିଲ୍ଲାପାଳ,ବାରିପଦା, ତହସିଲଦାର, ଶ୍ୟାମାଖୁଣ୍ଟା, ଖୁଣ୍ଟା, ବାରିପଦା, ସାରସକଣା, ରରୁଆଁ, ଶୁକୃଳି, ସେଟେଲମେଣ୍ଟ ଅଧିକାରୀ, ଡେପୁଟୀ ଡାଇରେକ୍ଟର କନସଲିଟେସନ ପ୍ରମୁଖଙ୍କ ସମେତ ସମ୍ପୃକ୍ତ ଅନ୍ୟାନ୍ୟ ରାଜସ୍ୱ ଅଧିକାରୀମାନେ ଉପସ୍ଥିତ ରହି ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରିଥିବାବେଳେ ସ୍ଥାନୀୟ ଆଇନଜୀବି ଏବଂ ସମ୍ପୃକ୍ତ ଆବେଦନକାରୀ /ଅପରପକ୍ଷ ଉପସ୍ଥିତିରେ ମାମଲାଗୁଡିକର ଫଇସଲା ନିମନ୍ତେ ଶୁଣାଣୀ ହୋଇଥିଲା । ଏହି ଶିବିରରେ ଜନସାଧାରଣଙ୍କ ଠାରୁ ରାଜସ୍ୱ ସଂକ୍ରାନ୍ତିୟ ଆପତି ଅଭିଯୋଗ ମଧ୍ୟ କେନ୍ଦ୍ରାଂଚଳ ରାଜସ୍ୱ କମିଶନର ଡ. ଦଳାଇ ଗ୍ରହଣ କରି ଏହାର ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।