ନହଞ୍ଜରାରେ ମୋତିଆବିନ୍ଦୁ ଚିହ୍ନଟ ଶିବିର
ଜଳେଶ୍ୱର : ଜଳେଶ୍ୱର ପୌର ପରିଷଦର ୧୫ନଂ ୱାର୍ଡ ନହଞ୍ଜରା ଗୟାସୁର ଉପ୍ରା ବିଦ୍ୟାଳୟରେ ଏକ ମୋତିଆବିନ୍ଦୁ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇ ଯାଇଛି । ବହୁ ଗରିବ ବୃଦ୍ଧ, ବୃଦ୍ଧା ମୋତିଆବିନ୍ଦୁ ରୋଗରେ ଆକ୍ରାନ୍ତ ହୋଇଥିବାରୁ ସେମାନଙ୍କୁ ଚିହ୍ନଟ କରାଯାଇ ସରକାରଙ୍କ ସ୍ୱାସ୍ଥ୍ୟକାର୍ଡ ସହାୟତାରେ ଅସ୍ତ୍ରପୋଚାର କରାଯିବ ବୋଲି ଗ୍ରାମର ରତନ କୁମାର ବ୍ରହ୍ମ, ଦିଲ୍ଲିପ ପରିଡା, ଦୁର୍ଗାଶଂକର ଭୂୟାଁ, ସୁଧୀର ପରିଡା, କମଳଲୋଚନ ହୁଇ, ମାନସ ଦାସ ପ୍ରମୁଖ କହିଛନ୍ତି । ଭୂମୀକା ଆଖି ଚିକିତ୍ସାଳୟର ଡାକ୍ତରମାନେ ଏହି ଶିବିରରେ ଯୋଗ ଦେଇଥିବା ବେଳେ ଏଥିରେ ମୋଟ ୪୩ଜଣ ଚକ୍ଷୁ ପରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ ୨୩ଜଣଙ୍କ ଅସ୍ତ୍ରପୋଚାର ଭୂମୀକା ଚିକିତ୍ସାଳୟରେ କରାଯିବ ବୋଲି ଜଣାଯାଇଛି ।