ଟ୍ରାକ୍ଟର ସହ ଧକ୍କା ପରେ କାରରେ ଅଗ୍ନିକାଣ୍ଡ, ଜୀଅନ୍ତା ଜଳିଗଲେ ୨ ଯୁବକ
ମଥୁରା : ସୋମବାର ଦିନ ନୌହଜିଲ ପୋଲିସ ଷ୍ଟେସନ ଅଂଚଳରେ ଥିବା ଯମୁନା ଏକ୍ସପ୍ରେସୱେରେ ଏକ ଦ୍ରୁତ ଗତିରେ ଆସୁଥିବା କାରଟି ଓଲଟି ପଡ଼ିଥିବା ଟ୍ରାକ୍ଟର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ସମୟରେ କାରରେ ନିଆଁ ଲାଗିଯାଇଥିଲା । ଏଥିରେ ଥିବା ଦିଲ୍ଲୀର ଦୁଇଜଣ ଯୁବକ ଜୀବନ୍ତ ଜଳି ଯାଇଥିଲେ । ପୋଲିସ ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ସହାୟତାରେ ନିଆଁ ଲିଭାଇ ମୃତଦେହକୁ ଜବତ କରି ଅଧିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା ।