କଲିକତା ପୋଲିସ ୩ ଜେଏମବି ଆତଙ୍କବାଦୀ ଗିରଫ
- ପାକିସ୍ଥାନୀ ଗୁପ୍ତଚର ଏଜେନସି ଆଇଏସଆଇ ପାଇଁ ମଧ୍ୟ କାମ କରୁଥିଲେ
କଲିକତା : ପଶ୍ଚିମବଙ୍ଗର ରାଜଧାନୀ କଲିକତାରେ ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଟିବ୍ ବାଂଲାଦେଶର ଆତଙ୍କବାଦୀ ସଂଗଠନ ଜମାତ-ଉଲ-ମୁଜାହିଦ୍ଦିନ ବାଂଲାଦେଶ (ଜେଏମବି) ର ତିନି ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି । ସେମାନଙ୍କୁ ନାଜିୟର ରେହମାନ, ସେଖ ସମୀର ଏବଂ ରିଜାଓଲ ବୋଲି ଚିହ୍ନଟ କରାଯାଇଛି ।
ଋବିବାର ସନ୍ଧ୍ୟାରେ ଲାଲ ବଜାର କଲିକତା ପୋଲିସ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏସଟିଏଫ ଡେପୁଟି କମିଶନର ଆଇପିଏସ୍ ବି.ସାଲେମନ ନିଶା କୁମାର ସେମାନଙ୍କ ଗିରଫ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଦକ୍ଷିଣ କଲିକତାର ହରିଦେବପୁର ଅଂଚଳରୁ ଶନିବାର ଏବଂ ରବିବାର ମଧ୍ୟରାତ୍ରୀରେ ଏହି ତିିନିଜଣ ଧରା ପଡ଼ିଥିଲେ । ଯେଉଁଠାରେ ସେମାନେ ଏକ ଭଡ଼ା ଘରେ ରହୁଥିଲେ ଏବଂ ଏଠାରୁ ଆତଙ୍କବାଦୀ ଷଡ଼ଯନ୍ତ୍ର କରିଥିଲେ । ସେମାନଙ୍କର ପାକିସ୍ଥାନୀ ଗୁପ୍ତଚର ଏଜେନସି ଆଇଏସଆଇ ସହିତ ମଧ୍ୟ ଲିଙ୍କ ରହିଛି । ସେମାନଙ୍କୁ ନିରନ୍ତର ପଚରାଉଚୁରା କରାଯାଉଛି ।
ଆତଙ୍କବାଦୀ ମାନଙ୍କ ଠାରୁ ହତିଆର ଉଦ୍ଧାର କରାଯାଇଛି । ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଏହି ଲୋକମାନେ କିଛି ଦିନ ପୂର୍ବରୁ ମୁର୍ସିଦାବାଦରେ ରହୁଥିଲେ ଏବଂ ନିକଟରେ କଲିକତି ସ୍ଥାନାନ୍ତର ହୋଇଥିଲେ । ଶନିବାର ରତିରେ ସୂଚନା ପାଇବା ପରେ ଏସଟିଏଫ୍ ଟିମ୍ ସ୍ଥାନୀୟ ପୋଲିସ ସହିତ ଚଢ଼ାଉ କରି ତିନି ଜଣଙ୍କୁ ଧରିଥିଲେ । ପ୍ରାରମ୍ଭରେ ପୋଲିସ ସନ୍ଦେହ କରୁଛି ଯେ, ଏହି ତିନିଜଣ କଲିକତାରେ ଆତଙ୍କବାଦୀଙ୍କ ନିଯୁକ୍ତି, ତାଲିମ ଏବଂ ପାଂଠି ସଂଗ୍ରହ କାର୍ଯ୍ୟ କରୁଛନ୍ତି । ଏହି ତିନିଜଣ ସକ୍ରିୟ ଆତଙ୍କବାଦୀ । ସେମାନଙ୍କଠାରୁ ମୋବାଇଲ ଫୋନ୍, ଡାଏରୀ ସମତେ ଇସଲାମିକ ମୌଳିକତା ସମ୍ବନ୍ଧୀୟ ଟିପ୍ପଣୀ ଏବଂ ପୁସ୍ତକ ଗୁଡ଼ିକ ମଧ୍ୟ ଉଦ୍ଧାର କରାଯାଇଛି । ଜେଏମବି ଆତଙ୍କବାଦୀଙ୍କ ନାମ ଏବଂ ସଂଖ୍ୟା ସେମାନଙ୍କ ଡାଏରୀରେ ଦେଖିବାକୁ ମିଳିଛି । ଏହି ସୂଚନା ବାଂଲାଦେଶର ସୁରକ୍ଷା ଏଜେନସୀ ଗୁଡ଼ିକୁ ମଧ୍ୟ ଦିଆଯିବ । ପ୍ରାରମ୍ଭରେ ଏହି ଲୋକମାନେ ସ୍ୱୀକାର କରିଛନ୍ତି ଯେ, ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ସ୍ଲିପର ସେଲ ତିଆରି କରିଛନ୍ତି । ସୋସିଆଲ ମିଡ଼ିଆ ମାଧ୍ୟମରେ ଯୁବକମାନଙ୍କୁ ଆତଙ୍କବାଦ ସହ ଯୋଡ଼ିବା ପାଇଁ ମଧ୍ୟ କାର୍ଯ୍ୟ କରୁଥିଲେ । ବାଂଲାଦେଶ ସୀମାବର୍ତୀ ମାଲଦା ଏବଂ ମୁର୍ସିଦାବାଦ ଜିଲ୍ଲାରେ ଏହି ଲୋକମାନଙ୍କର ସ୍ଲିପର ସେଲ ପ୍ରସ୍ତୁତ ହୋଇସାରିଛି । ସୂଚନାଯୋଗ୍ୟ ଯେ, ପଶ୍ଚିମ ବଙ୍ଗରେ ନିକଟରେ ଅନେକ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି, ଯେଉଁଥିରେ ଜେଏମବି ଆତଙ୍କବାଦୀ ତଥା ଲସ୍କର-ଇ-ତୋଇବା ଏବଂ ଅନ୍ୟ ଆତଙ୍କବାଦୀ ସଂଗଠନ ମଧ୍ୟ ସାମିଲ ଅଛନ୍ତି ।