ଖୁବଶୀଘ୍ର ଓଟିଟିରେ ଡେବ୍ୟୁ କରିବେ ବଲିଉଡ ଅଭିନେତା ସାହିଦ କପୁର
ମୁମ୍ବାଇ : ବଲିଉଡ ଅଭିନେତା ସାହିଦ କପୁର ବର୍ତ୍ତମାନ ଏପରି କିଛି କରିବାକୁ ଯାଉଛନ୍ତି ଯାହା ସେ ଜୀବନରେ କେବେ କରିନାହାଁନ୍ତି। ସେ ଏହାକୁ ନେଇ ବହୁତ ନର୍ଭସ ଅନୁଭବ କରୁଛନ୍ତି। ‘ଜବ୍ ୱି ମିଟ୍’ (୨୦୦୭), କମିନେ (୨୦୦୯), ହୈଦର (୨୦୧୪) ଏବଂ କବୀର ସିଂ (୨୦୧୯) ଭଳି ସୁପରହିଟ୍ ଫିଲ୍ମ ଦେଇଥିବା ସାହିଦ କପୁର ଖୁବଶୀଘ୍ର ଓଟିଟି ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ତାଙ୍କ ୱେବ୍ ସିରିଜର ନାମ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ କିନ୍ତୁ ଏହା ଆମାଜନ୍ ପ୍ରାଇମ ଭିଡିଓରେ ରିଲିଜ୍ କରିବ । ଯେଉଁ ୱେବ୍ ସିରିଜରେ ସାହିଦ କପୁର କାମ କରୁଥିବା ନଜର ଆସିବେ ସେଥିରେ ରାଜ ନିଦିମରୁ ଏବଂ କୃଷ୍ଣ ଡି.କେ ଲେଖାହୋଇଛି। ଦୁହେଁ ମନୋଜ ବାଜପେୟୀଙ୍କ ଅଭିନୀତ ୱେବ୍ ସିରିଜ୍ ଦି ଫ୍ୟାମିଲି ମ୍ୟାନ୍ ର କାହାଣୀ ମଧ୍ୟ ଲେଖିଛନ୍ତି ।
ଏନେଇ ସେ ତାଙ୍କ ଡିଜିଟାଲ ଡେବ୍ୟୁ ବିଷୟରେ କହିଛନ୍ତି ଯେ, ‘ମୁଁ ମୋର ଡିଜିଟାଲ ଡେବ୍ୟୁକୁ ନେଇ ବହୁତ ନର୍ଭସ ଅନୁଭବ କରୁଛି କାରଣ ମୁଁ ଅନୁଭବ କରୁଛି ଯେ ବଡ ପରଦାରେ ଯେଉଁ କଳାକାରଙ୍କୁ ପସନ୍ଦ କରାଯାଏ, ସେମାନେ ଡିଜିଟାଲ୍ ପ୍ଲାଟଫର୍ମରେ ସମାନ ଭାବରେ ପ୍ରଶଂସିତ ନୁହଁନ୍ତି। ନିକଟରେ ସାହିଦ କପୁର ଏକ ଇନଷ୍ଟାଗ୍ରାମ୍ ଲାଇଭ୍ କରିଥିଲେ ଯେଉଁଥିରେ ସେ କବୀର ସିଂର ରିଜିଜ୍ ହେବା ୨ ବର୍ଷ ପୂରଣକୁ ନେଇ ସେଲିବ୍ରେଟ୍ କରିଥିଲେ। ସାହିଦ କପୁର ଖୁବ୍ ଶୀଘ୍ର ଫିଲ୍ମ ‘ଜର୍ସି’ରେ କାମ କରୁଥିବା ଦେଖିବାକୁ ମିଳିବ । ସାଉଥ୍ ସୁପରହିଟ୍ ଫିଲ୍ମର ଏହି ରିମେକ୍ ଫିଲ୍ମକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ସାହିଦ ଏହି ଫିଲ୍ମରେ କ୍ରିକେଟର ଭୂମିକାରେ ନଜର ଆସିବେ ଏବଂ ଏହାର ଟିଜର୍ ଭିଡିଓ ମଧ୍ୟ ରିଲିଜ୍ ହୋଇସାରିଛି।