୩ରୁ ୧୫ ରୁ ୧୮ ବର୍ଷ ବୟସ୍କଙ୍କୁ ଟିକା ଦିଆଯିବା ନେଇ ବିଏମସି ପ୍ରସ୍ତୁତ
ଭୁବନେଶ୍ୱର : ରାଜଧାନୀରେ ଟିକାକରଣ ନେଇ ବ୍ୟାପକ ପ୍ରସ୍ତୁତି । ୩ ତାରିଖରୁ ୧୫ ରୁ ୧୮ ବର୍ଷ ବୟସ୍କଙ୍କୁ ଟିକା ଦିଆଯିବା ନେଇ ବିଏମସି ସମ୍ପୁର୍ଣ୍ଣ ପ୍ରସ୍ତୁତ । ଏହାସହ ଜାନୁଆରୀ ୧୦ ରୁ ପ୍ରିକସନାରୀ ବା ବୁଷ୍ଟର ଡୋଜ୍ ଦେବା ପାଇଁ ମଧ୍ୟ ବିଏମସି ପୂର୍ଣ୍ଣ ପ୍ରସ୍ତୁତ୍ ଥିବା କମିଶନର କହିଛନ୍ତି । ତେବେ ବିଏମସି ଶୀଘ୍ର ଟିକାକରଣ ସାରିବାକୁ ଲକ୍ଷ୍ୟ ରଖିଛି । ଗତ ଗୁରୁବାର ଏନେଇ ବିଏମସି ପକ୍ଷରୁ ଏକ ବୈଠକ କରାଯାଇଥିଲା ।
ବର୍ତ୍ତମାନ ରାଜଧାନୀରେ ମୋଟ ୩୫ଟି ସେଣ୍ଟରରେ ଟିକାକରଣ କରାଯାଉଥିବା ବେଳେ ଆଗକୁ ସେଣ୍ଟର ସଂଖ୍ୟା ବୃଦ୍ଧି କରାଯିବ ନେଇ ସୂଚନା ଦେଇଛନ୍ତି ବିଏମସି କମିଶନର । ଏହାସହ ବିଏମସି ଅଞ୍ଚଳରେ ୧୫ ରୁ ୧୮ ବର୍ଷ ବୟସ ସୀମାରେ ପାଖାପାଖି ୧ ଲକ୍ଷ ଶିଶୁ ଟିକା ନେବାକୁ ଥିବା ବେଳେ ଗଣଶିକ୍ଷା ବିଭାଗ ଚୂଡାନ୍ତ ସଂଖ୍ୟା ଦେବା ପରେ ସ୍କୁଲରେ ନା ନିକଟସ୍ଥ ଟିକା କେନ୍ଦ୍ରରେ ଟିକା ଦିଆଯିବ ସେନେଇ ନିଷ୍ପତ୍ତି ନେବୁ ବୋଲି କମିଶନର କହିଛନ୍ତି । ଅନ୍ୟପଟେ ୧୦ ତାରିଖରୁ ବୁଷ୍ଟର ଡୋଜ୍ ନେବେ ସମ୍ମୁଖ ଯୋଦ୍ଧା, ନିର୍ବାଚନୀରେ ଅଂଶଗ୍ରହଣ କରୁଥିବା କର୍ମୀ ଏବଂ ୬୦ ରୁ ଉର୍ଦ୍ଧ୍ୱ ବୟସ୍କ । ତେବେ ଦ୍ୱିତୀୟ ଡୋଜ୍ ଟିକା ନେବାର ୯ ରୁ ୧୨ ମାସ ମଧ୍ୟରେ ବୁଷ୍ଟର ଡୋଜ୍ ନେଇପାରିବେ ।