ରକ୍ତଦାନ ଶିବିର, ୧୫୦ ୟୁନିଟରୁ ଅଧିକ ସଂଗୃହୀତ
ବାଲେଶ୍ୱର : ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ସିନ୍ଧିଆ ପଞ୍ଚାୟତର କେଶରପୁର ଠାରେ ଏକ ବିରାଟ ରକ୍ତଦାନ ଶିବିର ଅନୁଷିତ ହୋଇଯାଇଛି । ମା’ ବାସନ୍ତି ଯୁବମୋର୍ଚା ଆନୁକୂଲ୍ୟରେ ଅନୁଷ୍ଠିତ ଉକ୍ତ ରକ୍ତଦାନ ଶିବିରକୁ ବିଜେପିର ରାଜ୍ୟ ଯୁବମୋର୍ଚା ଉପ-ସଭାପତି ତଥା ଯୁବନେତା ମାନସ ଦତ୍ତ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲା ପରିଷଦ ସଦଶ୍ୟ ଗୟାଧର ବେହେରା, ବିଜେପି ରାଜ୍ୟ ସମ୍ପାଦିକା ସିପ୍ରା ବାଜପେୟୀ, ବରିଷ୍ଠ ନେତା ଗୌରାଙ୍ଗ ଦାସ ଯୋଗଦେଇ ଥିଲେ । ବର୍ତ୍ତମାନ ସମୟରେ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ପୂରଣ କରିବା ପାଇଁ ଏହା ଏକ ମହାନ କାର୍ଯ୍ୟକ୍ରମ ବୋଲି ଅତିଥି ମାନେ ତାଙ୍କର ଅଭିଭାଷଣରେ କହିଥିଲେ ।
ସିନ୍ଧିଆ ପଞ୍ଚାୟତ ସମିତି ସଭ୍ୟ ଅଞ୍ଜନ କୁମାର ପରିଡାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ୧୫୦ ୟୁନିଟରୁ ଅଧିକ ରକ୍ତ ସଂଗ୍ରହ ହୋଇଥିଲା । କାର୍ଯ୍ୟକ୍ରମରେ ମହିଳା ମାନେ ବହୁ ସଂଖ୍ୟାରେ ରକ୍ତଦାନ କରିଥିଲେ । କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି କାର୍ତିକ ରାଉତ, ବିରେନ୍ଦ୍ର ସେନାପତି, ଜୟନ୍ତ କୁମାର ପତି, ପୂର୍ଣ ଚନ୍ଦ୍ର ବେହେରା, ବିରେନ୍ଦ୍ର କର, ପାର୍ଥ ଚନ୍ଦ୍ର ତରେଇ, ବନମାଳୀ ଜେନା, ଚିତ୍ତରଞ୍ଜନ ନାଥ, ବିଜୟ କୁମାର ଦାସ, ରଞ୍ଜନ ନାଥ, ଦୁଖୀଶ୍ୟାମ ଦାସ, ମନୋରଞ୍ଜନ ଶତପଥି, ଅନନ୍ତ ମହାଳିକ, ଉତ୍ତମ ପ୍ରଧାନ, ମିକୁନ ଦାସ, ବଙ୍ଗାରୁ ଦାସ, କାକୁନ ଦାସ, ବଇଁଚା ସରପଞ୍ଚ ରବି ନାରାୟଣ ପ୍ରଧାନ, ମାୟାଧର ପ୍ରଧାନ, ମଣ୍ଟୁ ବସନ୍ତିଆ ପ୍ରମୁଖ ଉପସ୍ଥିତ ଥିଲେ ।