ଓଟିଟି ପ୍ଲାଟଫର୍ମ ପ୍ରାଇମ ଭିଡିଓରେ ରିଲିଜ୍ ହେଲା ବ୍ଲକବଷ୍ଟର ଫିଲ୍ମ ‘ପଠାନ୍’
ମୁମ୍ଵାଇ : ଓଟିଟିରେ ରିଲିଜ୍ ହେଲା ୨୦୨୩ ବର୍ଷର ପ୍ରଥମ ମେଗା ବ୍ଲକ ବଷ୍ଟର ଫିଲ୍ମ ‘ପଠାନ’। ଆଜି ଡିଜିଟାଲ୍ ପ୍ଲାଟଫର୍ମରେ ମୁକ୍ତିଲାଭ କଲା ଶାହରୁଖ ଖାନ, ଦୀପିକା ପାଦୁକୋନ ଏବଂ ଜନ୍ ଆବ୍ରାହମଙ୍କ ଅଭିନୀତ ଫିଲ୍ମ ‘ପଠାନ’।
ଶାହରୁଖଙ୍କ କମ୍ବ୍ୟାକ୍ ବ୍ଲକବଷ୍ଟର ଚଳଚ୍ଚିତ୍ର ୨୫ ଜାନୁୟାରୀ ୨୦୨୩ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରଟି ମାର୍ଚ୍ଚ ୨୨ରେ ଓଟିଟି ପ୍ଲାଟଫର୍ମ ପ୍ରାଇମ ଭିଡିଓରେ ପ୍ରିମିୟର ହୋଇଛି। ପ୍ରାଇମ ଭିଡିଓ ଏହାର ଇନଷ୍ଟାଗ୍ରାମ ପୃଷ୍ଠାରେ ଫିଲ୍ମର ପୋଷ୍ଟର ସେୟାର କରି ଏ ବିଷୟରେ ସୂଚନା ଦେଇଛି। ପ୍ରାଇମ ଭିଡିଓରେ ପଠାନ, ୨୨ ମାର୍ଚ୍ଚ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ। ” କହିବାକୁ ଗଲେ ‘ପଠାନ୍’ ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ୟଶ ରାଜ ଫିଲ୍ମସ୍ ଦ୍ୱାରା ନିର୍ମିତ। ‘ପଠାନ’ର କ୍ରେଜ କେବଳ ଘରୋଇ ଦର୍ଶକଙ୍କ ଭିତରେ ନୁହେଁ ବିଶ୍ଵ ସ୍ତରରେ ମଧ୍ୟ ରହିଛି।
ସୂଚନା ଯେ, ଫିଲ୍ମ ‘ପଠାନ୍’ ୟଶ ରାଜ ବ୍ୟାନରର ସ୍ପାଏ ୟୁନିଭର୍ସର ଏକ ଅଂଶ । ଶାହରୁଖ ଖାନ, ଦୀପିକା ପାଦୁକୋନ, ଜନ୍ ଅବ୍ରହାମଙ୍କ ବ୍ୟତୀତ ଡିମ୍ପଲ୍ କାପାଡିଆ ଏବଂ ଆଶୁତୋଷ ରାଣାଙ୍କୁ ଦେଖିବାକୁ ମିଳିଥିଲା। ଏହା ସହ ସଲମାନଙ୍କୁ ମଧ୍ୟ ‘ପଠାନ’ରେ ଏକ କ୍ୟାମିଓ ଭୂମିକା ରହିଛି।