ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନିୟମିତା ନେଇ ବିଜେପିର ଆନ୍ଦୋଳନ , ରାଜ୍ୟପାଳଙ୍କୁ ଦାବିପତ୍ର
ସୋର : ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ ଚୟନ ଓ ବଣ୍ଟନରେ ଅନିୟମିତା ନେଇ ବିଜେପି ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଦଳୀୟ ନେତା ରୀାକେଶ ମଲ୍ଲିକଙ୍କ ନେତୃତ୍ୱରେ ଧାରଣା ଦିଆଯାଇଛି । କେନ୍ଦ୍ରର ମୋଦୀ ସରକାର ଓଡିଶା ରାଜ୍ୟ ପାଇଁ ୯ ଲକ୍ଷ ଆବାସ ଅର୍ଥ ପ୍ରଦାନ କରିଥିବା ବେଳେ ସୋର ବ୍ଲକର ମାତ୍ର ୧୧୫୯ ଆବାସ ପାଇଁ ଅନୁମୋଦନ ମିଳିଛି । ପ୍ରକାଶ ଥାଉକି ସୋର ବ୍ଲକରେ ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ସ୍ଥାନୀୟ ପଞ୍ଚାୟତ ସମିତି ଅଧିକାରୀଙ୍କ ଏଭଳି ଅଣଦେଖା ପାଇଁ ମାତ୍ର ୧୭୫୮ ଘର ଆବାସ ଯୋଜନାରେ ପଞ୍ଜୀକରଣ ହୋଇଥିଲା ବେଳେ ଏହି ଦୁଇ ଆର୍ଥିକ ବର୍ଷରେ ଅନ୍ୟାନ୍ୟ ବ୍ଲକରେ ୧୦ ହଜାର ଆବାସ ଯୋଜନାରେ ହିତାଧିକାରୀ ଉପକୃତ ହୋଇଛନ୍ତି । ସୋରରେ ହଜାର ହଜାର ପାଇବା ଯୋଗ୍ୟ ହିତାଧିକାରୀ ନାମ ପଞ୍ଜୀକୃତ କରି ଦିର୍ଘ ବର୍ଷ ଅପେକ୍ଷା କରି ବସିଥିବା ବେଳେ ଅଦ୍ୟବଧି ସେମାନଙ୍କୁ ଯୋଜନାରୁ ବଂଚିତ କରାଯାଇଛି । ଏହି ଯୋଜନାରେ ଅଧିକ ହିତାଧିକାରୀଙ୍କୁ ସାମିଲ କରିବା ଦାବିରେ ଏକ ଦାବିପତ୍ର ମହାମହିମ ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି ଧାରଣାକାରୀ । ପୈାରପାଳ ମାଧବ ଧଡା, ବରିଷ୍ଠ ନେତା ରବୀନ୍ଦ୍ର କୁମାର ଜେନା, ଜିଲା ସଂପାଦକ ଈଶ୍ୱର ଚନ୍ଦ୍ର ବେହେରା, ଜିଲା ମହିଳା ମୋଚ୍ଚ୍ାର୍ ସଭାନେତ୍ରୀ ମନୀଷା ଚିନ୍ମୟୀ ବେହେରା, ପ୍ରାକ୍ତନ ନଗରପାଳ ନଳିନୀକାନ୍ତ ମହାପାତ୍ର, ସଂଜୀବ କୁମାର ରାଉଳ, ଗଣେଶ ଦାସ, ମଣ୍ଡଳ ସଭାପତି ପ୍ରମୋଦ ନାୟକ ଓ ରଜତ ମହାପାତ୍ର ସମିତି ସଭ୍ୟ ମୁକେଶ ମଲ୍ଲିକ, ସରପଞ୍ଚ ନରେନ୍ଦ୍ର ବିଶ୍ୱାଳ, ଲକ୍ଷ୍ମୀକାନ୍ତ ମଲ୍ଲିକ,ପ୍ରକାଶ ମାଝିଙ୍କ ସହ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ରହି ଏଭଳି ଅଣଦେଖାର ତ୍ରବ୍ର ପ୍ରତିବାଦ କରିଥିଲେ ।