ବାଲେଶ୍ୱର : ଜିଲାରେ ସାଂଗଠନିକ ସ୍ଥିତିର ସମୀକ୍ଷା ପାଇଁ ପହଞ୍ଚିଲେ ଭାଜପା ଜିଲା ପ୍ରଭାରୀ
ବାଲେଶ୍ୱର : ବାଲେଶ୍ୱର ଜିଲାରେ ସାଂଗଠନିକ ସ୍ଥିତିର ସମୀକ୍ଷା କରିବା ପାଇଁ ଜିଲା ପ୍ରଭାରୀ ତଥା ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ମଙ୍ଗଳବାର ସନ୍ଧ୍ୟାରେ ଦୁଇଦିନିଆ ଗସ୍ତରେ ବାଲେଶ୍ୱର ପହଞ୍ଚିଛନ୍ତି । ଶ୍ରୀ ମହାପାତ୍ରଙ୍କୁ ପ୍ରଥମେ ଜିଲାର ପ୍ରବେଶ ପଥ ନିକଟକୁ ଜାମୁଝାଡ଼ି ଠାରେ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ମାନେ ସ୍ୱାଗତ କରିଥିଲେ । ଜିଲା କାର୍ଯାଳୟରେ ପହଞ୍ଚିବା ପରେ ଜିଲା ତରଫରୁ ସଭାପତି ଉମାକାନ୍ତ ମହାପାତ୍ର, ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ଇଶ୍ୱର ଚନ୍ଦ୍ର ବେହେରା ଓ ସୁନୀଲ କର ଶ୍ରୀ ମହାପାତ୍ରଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ । ବାଲେଶ୍ୱର ନଗର ମଣ୍ଡଳ ତରଫରୁ ମଣ୍ଡଳ ସଭାପତି ଚିତ୍ତ ରଞ୍ଜନ ପଣ୍ଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଓ ଯୁବମୋର୍ଚ୍ଚା ଜିଲା ସଭାପତି ରାଜେଶ ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଶ୍ରୀ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏହାପରେ ଶ୍ରୀ ମହାପାତ୍ର ସାଂଗଠନିକ ପ୍ରକ୍ରିୟା ମୁତାବକ ପ୍ରଥମେ ଜିଲା ସଭାପତି ଓ ଜିଲାର ତିନି ସାଧାରଣ ସମ୍ପାଦକଙ୍କ ସହିତ ସାଂଗଠନିକ ଆଲୋଚନା ଓ ଏହା ପରେ ଜିଲା କାର୍ଯାଳୟରେ ଜିଲା କୋର୍ କମିଟି ସହିତ ବୈଠକ କରିବେ ।
ସୂଚନା ଯେ, ବୁଧବାର ପୂର୍ବାହ୍ନ ୯ ଟାରେ ଦିବଙ୍ଗତ ଯୁବମୋର୍ଚ୍ଚା ଜିଲା ପ୍ରଭାରୀ ରଞ୍ଜିତ କୁମାର ପ୍ରଧାନଙ୍କ ପରିବାରଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କରିବେ, ଏହାପରେ ୧୦ଟାରେ ଜିଲା କାର୍ଯ୍ୟାଳୟରେ ଜିଲା କମିଟିର ବୈଠକରେ ଯୋଗଦାନ କରିବେ । ଏହାପରେ ଶ୍ରୀ ମହାପାତ୍ର ୧୧ଟା ୩୦ ମିନିଟରେ ବସ୍ତା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାହାଡ଼ା ମଣ୍ଡଳ କାର୍ଯ୍ୟକାରିଣୀ ବୈଠକରେ ଯୋଗଦାନ କରିବେ । ଏହାପରେ ଅପରାହ୍ନ ୩ଟାରେ ଜିଲା କାର୍ଯ୍ୟାଳୟରେ ଅନୁଷ୍ଠିତ ଯୁବମୋର୍ଚ୍ଚାର ଜିଲା ବୈଠକରେ ଯୋଗଦାନ କରିବେ । ଏହାପରେ ଅପରାହ୍ନ ୪ଟା ୩୦ ମିନିଟ୍ରେ ଜିଲା ତରଫରୁ ଆହୁତ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଖବରଦାତ ସମ୍ମିଳନୀ ପରେ ସନ୍ଧ୍ୟା ୫ଟାରେ ରେମୁଣା ନିର୍ବାଚନ ମଣ୍ଡଳୀର ସାଂଗଠନିକ ବୈଠକରେ ଓ ସନ୍ଧ୍ୟା ୬ଟାରେ ବାଲିଆ ଶକ୍ତିକେନ୍ଦ୍ର ବୈଠକରେ ଯୋଗଦାନ କରିବେ । ଏହାପରେ ଶେଷ କାର୍ଯ୍ୟକ୍ରମ ହିସାବରେ ରାତି ୭ଟାରେ ଜିଲା ପ୍ରୋକଷ୍ଠ ଓ ମୋର୍ଚ୍ଚା ସଭାପତିଙ୍କ ସହିତ ବୈଠକରେ ବସିବେ । ଏହାପରେ ରାତ୍ରି ଭୋଜନ ଉପରାନ୍ତେ ମୟୂରଭଞ୍ଜ ଜିଲା ଅଭିମୁଖେ ଯାତ୍ରା କରିବେ ।