ବୀରେନ୍ଦ୍ର ଲାକ୍ରାଙ୍କୁ ପୁରୁଷ ହକି ଦଳର ଉପ-ଅଧିନାୟକ ଦାୟିତ୍ୱ
- ଦୀପଗ୍ରେସ ଓ ବିରେନ୍ଦ୍ରଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଭାରତୀୟ ପୁରୁଷ ହକି ଦଳର ଉପ-ଅଧିନାୟକ ଭାବେ ଓଡ଼ିଆ ଖେଳାଳି ବୀରେନ୍ଦ୍ର ଲାକ୍ରା ମନୋନୀତ ହୋଇଛନ୍ତି । ବୀରେନ୍ଦ୍ର ଲାକ୍ରାଙ୍କ ସହ ହରମନପ୍ରୀତ ସିଂ ମଧ୍ୟ ପୁରୁଷ ହକି ଦଳର ଉପଅଧିନାୟକ ମନୋନୀତ ହୋଇଛନ୍ତି । ବୀରେନ୍ଦ୍ର ଲାକ୍ରା ଓ ହରମନପ୍ରୀତ ସିଂହ ମିଳିତ ଭାବେ ଉପଅଧିନାୟକ ଭାର ସମ୍ଭାଳିବେ । ଟୋକିଓ ଅଲିମ୍ପିକ୍ସ ପାଇଁ ମନପ୍ରୀତ ସିଂ ପୁରୁଷ ହକି ଦଳର ଅଧିନାୟକ ପଦ ସମ୍ଭାଳିବେ । ଅନ୍ୟପକ୍ଷରେ ଟୋକିଓ ଅଲମ୍ପିକ୍ସ-୨୦୨୦ ପାଇଁ ଭାରତୀୟ ହକି ଦଳରେ ସ୍ଥାନ ପାଇଥିବା ଦୀପଗ୍ରେସ ଏକ୍କା ଓ ବିରେନ୍ଦ୍ର ଲାକ୍ରା ଯଥାକ୍ରମେ ମହିଳା ଓ ପୁରୁଷ ଦଳ ପକ୍ଷରୁ ଉପ ଅଧିନାୟକ ଦାୟିତ୍ୱ ସମ୍ଭାଳିବେ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆମର ଉଭୟ ଦଳ ଦେଶ ପାଇଁ ଗୌରବ ଆଣିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି । ଉଲ୍ଲେଖ୍ୟଯୋଗ୍ୟ ଯେ ଟୋକିଓ ଅଲମ୍ପିକ୍ସ ପାଇଁ ଘୋଷଣା ହୋଇଥିବା ହକି ଭାରତୀୟ ଦଳ ପାଇଁ ପୁରୁଷ ଟିମରେ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ସ୍ଥାନ ପାଇଛନ୍ତି । ସେପଟେ ମହିଳା ଦଳରେ ଦୀପଗ୍ରେସ ଏକ୍କା ସ୍ଥାନ ପାଇଛନ୍ତି । ଟୋକିଓ ଅଲିମ୍ପିକ୍ସ ଆସନ୍ତା ଜୁଲାଇ ୨୪ରୁ ଅଗଷ୍ଟ ୬ ତାରିଖ ଯାଏଁ ଜାରି ରହିବ । ସୂଚନା ଯେ, ହକି ଇଣ୍ଡିଆ ପକ୍ଷରୁ ଓଡ଼ିଆ ଝିଅ ତଥା ହକି ତାରକା ଦୀପ୍ଗ୍ରେସ୍ ଏକ୍କାଙ୍କୁ ମିଳିଛି ଗୁରୁଦାୟିତ୍ୱ । ଟୋକିଓ ଅଲିମ୍ପିକ୍ସ ପାଇଁ ତାଙ୍କୁ ଦଳର ଉପଅଧିନାୟିକା ଭାବେ ଦାୟିତ୍ୱ ମିଳିଛି । ଫଳରେ ଓନିଶାର ବିଭିନ୍ନ ମହଲରେ ଖୁସି ପ୍ରକାଶ ପାଇଛି । ସୂଚନାଯୋଗ୍ୟ ଯେ ଏକମାତ୍ର ଓଡ଼ିଆ ଝିଅ ଭାବେ ସେ ରିଓ ଅଲିମ୍ପିକ୍ସ ପରେ ପରେ ଟୋକିଓ ଅଲିମ୍ପିକ୍ସ ପାଇଁ ମନୋନୀତ ହୋଇଛନ୍ତି । ଜଣେ ଦକ୍ଷ ଡିଫେଣ୍ଡର ଭାବେ ଦଳରେ ତାଙ୍କର ସ୍ଥାନ ସ୍ୱତନ୍ତ୍ର ରହିଛି । ସୂଚାଯୋଗ୍ୟ ଯେ ବହୁ ପ୍ରତୀକ୍ଷିତ ଟୋକିସ ଅଲିମ୍ପିକ୍ସ ଖୁବ୍ଶୀଘ୍ର ହେବାକୁ ଯାଉଛି । ଏଥିପାଇଁ ସାରା ବିଶ୍ୱର ବିଭିନ୍ନ ଦେଶ ଚଳାଇଛନ୍ତି ପ୍ରସ୍ତୁତି । ଗତ ଗୁରୁବାର ହକି ଇଣ୍ଡିଆ ମଧ୍ୟ ଘୋଷଣା କରିଥିଲା ମହିଳା ହକି ଟିମ୍ । ତେବେ ରିଓ ଅଲିମ୍ପିକ୍ସ ଖେଳି ଗୌରବ ସାଉଁଟିଥିବା ଦୀପଗ୍ରେସ୍ ଟୋକିଓ ପାଇଁ ଚୟନ ହେବା ପରେ ବିଭିନ୍ନ ମହଲରେ ଖୁସି ପ୍ରକାଶ ପାଇଥିଲା ।
ପୁଣି ଉପ-ଅଧିନାୟିକା ଭାବେ ଗୁରୁ ଦାୟିତ୍ୱ ପାଇଛନ୍ତି ସୁନ୍ଦରଗଡ ଜିଲ୍ଲାର ୨୭ବର୍ଷୀୟା ଦୀପଗ୍ରେସ୍ । ଅନ୍ୟପକ୍ଷରେ ରାନୀ ରାମପାଲଙ୍କୁ ଅଧିନାୟିକା ଭାବେ ଦାୟିତ୍ୱ ମିଳିଛି । ଦଳର କ୍ୟାପଟେନ୍ ଓ ଭାଇସ୍ କ୍ୟାପଟେନ୍ ଘୋଷଣା ହୋଇଛି । ଅଭିଜ୍ଞ ଷ୍ଟ୍ରାଇକର୍ ରାନୀ ରାମପଲ୍ ଅଲିମ୍ପିକରେ ଭାରତୀୟ ଦଳର କ୍ୟାପଟେନ୍ ହେବେ । ସେହିପରି ଓଡ଼ିଶାର ଦୀପ୍ ଗ୍ରେସ୍ ଏକ୍କା ଭାରତୀୟ ମହିଳା ହକି ଟିମର ଭାଇସ କ୍ୟାପଟେନ୍ ଭାବେ ନିଯୁକ୍ତ ହୋଇଛନ୍ତି । ଦୀପ୍ ଗ୍ରେସଙ୍କ ସହ ସବିତାଙ୍କୁ ମଧ୍ୟ ଭାଇସ୍ କ୍ୟାପଟେନ୍ କରାଯାଇଛି । ଉଭୟ ଦୀପ୍ ଗ୍ରେସ୍ ଓ ସବିତା ଅଭିଜ୍ଞ ଖେଳାଳିୟ ଦୁହିଁଙ୍କୁ ଅଭିନନ୍ଦନ ଜଣାଇଛନ୍ତି କୋଚ୍ ମାରିନ୍ । ସେ କହିଛନ୍ତି, ମୁଁ ରାନୀଙ୍କୁ କ୍ୟାପଟେନ୍ ହେବା ନେଇ ଅଭିନନ୍ଦନ ଜଣାଉଛନ୍ତି । ଏହାଛଡ଼ା ଦୀପ୍ ଗ୍ରେସ୍ ଏକ୍କା ଓ ସବିତାଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛି । ଏହି ତିନି ଭେଟେରାନ୍ ଖେଳାଳିଙ୍କ ପାଖରେ ନେତୃତ୍ୱ ନେବାର ପ୍ରଚୁର ଅଭିଜ୍ଞତା ରହିଛି । ମୋର ବିଶ୍ୱାସ ଏମାନେ ଅଲିମ୍ପିକରେ ନିଶ୍ଚିତ ସଫଳ ହେବେ । ଭାଇସ୍ କ୍ୟାପଟେନ୍ ଚୟନ ହେବା ପରେ ଦୀପ୍ ଗ୍ରେସ୍ କହିଛନ୍ତି,ଅଲିମ୍ପିକରେ ଭାରତର ଭାଇସ୍ କ୍ୟାପଟେନ୍ ହେବା ମୋ ପାଇଁ ସମ୍ମାନର କଥାୟ ଏହା ମୋତେ ଭଲ ପ୍ରଦର୍ଶନ କରିବାରେ ପ୍ରୋତ୍ସାହନ କରିବ । ଭାରତୀୟ ଦଳରେବିଭିନ୍ନ ପ୍ରାନ୍ତରୁ ଖେଳାଳି ଅଛନ୍ତି । କିନ୍ତୁ ମହାମାରୀ ସମୟରେ ଅର୍ଥାତ ୧୫ ମାସ ଧରି ଆମେ ଏକତା ବଜାୟ ରଖିଛୁ, ଯାହା ଆମ ପାଇଁ ବହୁତ ଚ୍ୟାଲେଞ୍ଜିଂ ଥିଲା । ଗତ ୧୭ ତାରିଖରେ ଟୋକିଓ ଅଲିମ୍ପିକ୍ କ୍ରୀଡ଼ା ପାଇଁ ହକି ଇଣ୍ଡିଆ୧୬ ଜଣିଆ ଭାରତୀୟ ମହିଳା ଟିମର ଘୋଷଣା କରାଯାଇ ଥିଲା । ଟିମରେ ଓଡ଼ିଶାରୁଏକମାତ୍ର ଖେଳାଳି ଭାବେ ଦୀପ ଗ୍ରେସ୍ ଏକ୍କାଙ୍କୁ ସ୍ଥାନ ମିଳିଛିୟ ଦୀପ୍ ଏହା ପୂର୍ବରୁ ୨୦୧୬ରେ ଆୟୋଜିତ ରିଓ ଅଲିମ୍ପିକ୍ସରେ ମଧ୍ୟ ସ୍ଥାନ ପାଇଥିଲେବୀରେନ୍ଦ୍ର ଲାକ୍ରାଙ୍କୁ ପୁରୁଷ ହକି ଦଳର ଉପ-ଅଧିନାୟକ ଦାୟିତ୍ୱ।