ଆଜିଠୁ ବଡ଼ ପରିବର୍ତ୍ତନ : ବଦଳୁଛି ଏସବୁ ନିୟମ, ଆସନ୍ତୁ ଜାଣିବା କଣ କଣ
ନୂଆଦିଲ୍ଲୀ : ଆଜି ଠାରୁ ସାରା ଦେଶରେ ହେଉଛି ବଡ଼ ପରିବର୍ତ୍ତନ। ହାଣ୍ଡିଶାଳ ଠାରୁ ପାଠପଢା ପର୍ଯ୍ୟନ୍ତ ସବୁ କିଛି ବଦଳିବାକୁ ଯାଉଛି। ଏମିତିକି ଏହିମାସରେ ଦୂରଯାତ୍ରା ଉପରେ ଅଙ୍କୁଶ ଲାଗିଥିବା ବେଳେ ମହାପ୍ରଭୁଙ୍କ ଦର୍ଶନ ପାଇଁ ହୋଇଛି ଏହି ନିୟମ।
ଏହି ମାସରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ ଆସନ୍ତୁ ଜାଣିବା । ୧ମ ପରିବର୍ତ୍ତନ- ଯେମିତିକି ଏଲ.ପି.ଜି ସିଲିଣ୍ଡର୍ ଦର ଏହି ମାସରେ ପରିବର୍ତ୍ତନ ହେବାକୁ ଯାଉଛି ।ଏଲ.ପି.ଜି ବିକ୍ରିରେ ହେଉଥିବା କ୍ଷତି ଯୋଗୁଁ ଦର ବୃଦ୍ଧି ହେବାର ଆଶଙ୍କା କରାଯାଉଛି ।୨ୟ ପରିବର୍ତ୍ତନ- ବ୍ୟାଙ୍କ କାରବାର । ଟଙ୍କା ଜମା ଠାରୁ ଉଠାଇବା ପର୍ଯ୍ୟନ୍ତ ସବୁଥିରେ ଏବେ ଚାର୍ଜ ଲାଗିପାରେ । ବ୍ୟାଙ୍କ୍ ଅଫ୍ ବରୋଦା ପ୍ରଥମେ ଏହି ନିୟମ କାର୍ଯ୍ୟକାରୀ କରିପାରେ । ଆସନ୍ତା କାଲି ଠାରୁ ନିର୍ଦ୍ଧାରିତ ଟଙ୍କା ଠାରୁ ଅଧିକ ଉଠାଇଲେ ଚାର୍ଜ ଲାଗିବ । ଏବଂ ଲୋନ୍ ଖାତା ପାଇଁ ୧୫୦ ଟଙ୍କା ଦେବାକୁ ପଡିବ ।ଆଉ ଜମାଧାରି ୩ ଥର ପାଇଁ ମାଗଣା ସେବା ପାଇପାରିବେ ।ଯଦି ୪ର୍ଥ ଥର ପାଇଁ ଗ୍ରାହକ ଟଙ୍କା ଜମା କରନ୍ତି ତାହେଲେ ୪୦ ଟଙ୍କା ଚାର୍ଜ ଆକାରରେ ଦେବାକୁ ପଡ଼ିବ । ତେବେ ଜନଧନ ଆକାଉଣ୍ଟକାରୀଙ୍କୁ ଜମା ଉପରେ କୌଣସି ଚାର୍ଜ ଦେବାକୁ ପଡ଼ିବ ନାହିଁ । କିନ୍ତୁ ଉଠାଇଲା ବେଳେ ୧୦୦ ଟଙ୍କା ଦେବାକୁ ପଡିବ ।
୩ୟ ପରିବର୍ତ୍ତନରେ ପ୍ରଭାବିତ ହେବେ ଟ୍ରେନ ଯାତ୍ରୀ । ଭାରତୀୟ ରେଳବାଇ ପକ୍ଷରୁ କାଲି ଠାରୁ ଟ୍ରେନ ଟାଇମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଅକ୍ଟୋବର ୧ ତାରିଖରୁ ହେବାକୁ ଥିବା ପରିବର୍ତ୍ତନ ନଭେମ୍ବର ୧ ତାରିଖରୁ ହେବାକୁ ଯାଉଛି । ଫଳରେ ୧୩,୦୦୦ ଯାତ୍ରୀବାହି ଏବଂ ୭,୦୦୦ ମାଲବାହୀ ଟ୍ରେନର ସମୟ ବଦଳିଯାଇପାରେ ।ଏବଂ ଦେଶରେ ଗଡୁଥିବା ପ୍ରାୟ ୩୦ଟି ରାଜଧାନୀ ଟ୍ରେନର ସମୟ ମଧ୍ୟ ବଦଳିବାକୁ ଯାଉଛି । ୪ର୍ଥରେ ରୋଷେଇ ଘରକୁ ଗ୍ୟାସର ଡେଲିଭରି ପ୍ରକ୍ରିୟା ବଦଳିବାକୁ ଯାଉଛି । ଗ୍ୟାସ୍ ବୁକିଙ୍ଗ ବେଳେ ହିତାଧିକାରୀମାନଙ୍କ ମୋବାଇଲକୁ ଏକ ଓଟିପି ପଠାଯିବ । ଏବଂ ଯେତେବେଳେ ଡେଲିଭରି ବୟ ଗ୍ୟାସ୍ ଆଣିକି ଦେବ ଏହି ଓଟିପି ସେୟାର କରିବାକୁ ପଡ଼ିବ । ୫ମ ପରିବର୍ତ୍ତନରେ ପ୍ରଭାବିତ ହୋଇପାରେ ଗାଁ ଠୁ ସହର । ନଭେମ୍ବର ପହିଲାରୁ କିଛି I phone ଏବଂ Android ଫୋନ ରେ କାମ କରିବ ନାହିଁ Whatsapp. ୬ଷ୍ଠରେ ଆନ୍ତର୍ଜାତିକ ବିମାନ ସେବା ଉପରେ ପ୍ରତିବନ୍ଧକ ରହିବ । ୭ମରେ ଦିଲ୍ଲୀରେ ସମସ୍ତ ଘରୋଇ ଏବଂ ସରକାରୀ ସ୍କୁଲ ଖୋଲିବ ବୋଲି ନିଷ୍ପତି ନିଆଯାଇଛି ।
କିନ୍ତୁ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆସିବାକୁ ବାଧ୍ୟ କରାଯିବ ନାହିଁ । ସମସ୍ତ ସ୍କୁଲରେ ସର୍ବାଧିକ ୫୦ ପ୍ରତିଶତ ଉପସ୍ଥାନ ରହିବ ବୋଲି ସ୍କୁଲ କତୃପକ୍ଷ ତରଫରୁ କୁହାଯାଇଛି ।ଏହା ସହିତ ସ୍କୁଲ କତୃପକ୍ଷ ଙ୍କର ଟୀକାକରଣ ହୋଇଥିବା ଆବଶ୍ୟକ । ଉଭୟ ଅନଲାଇନ ଏବଂ ଅଫଲାଇନ୍ ପାଠପଢା ହେବ । ଭୁବନେଶ୍ୱର ମହାନିଗମ ପକ୍ଷରୁ ସୂଚନା ଆସିଛି ବିବାହ, ବ୍ରତଘର, ଶୁଦ୍ଧିକ୍ରିୟା ଆଦିରେ ୨୫୦ଜଣ ଲୋକ ଯୋଗଦାନ ଦେଇପାରିବେ । କୋଭିଡ୍ କଟକଣା ପାଇଁ ମାସ୍କ ପିନ୍ଧିବା ଦୂରତା ରଖିବା ଆଦି କାର୍ଯ୍ୟ ମାନିବା ଉଚିତ୍ । ନଭେମ୍ବର ପହିଲାରୁ ପୁରୀ ବାସୀଙ୍କ ଲାଗି ଖୋଲିବ ଶ୍ରୀ ମନ୍ଦିରର ପଶ୍ଚିମ ଦ୍ଵାର । ପୁରୀବାସୀ ପଶ୍ଚିମ ଦ୍ଵାର ଦେଇ ପ୍ରବେଶ କରି ଉତ୍ତର ଦ୍ଵାର ଦେଇ ପ୍ରସ୍ଥାନ କରିବେ । ନଭେମ୍ବର ୧ ରୁ ଆରମ୍ଭ ହେବ ଭୋଟର କାର୍ଡ ସଂଶୋଧନ ପ୍ରକ୍ରିୟା ।
ନଭେମ୍ବର ୧ ରୁ କଇଁଛ ମାନଙ୍କ ପ୍ରଜନନ ପାଇଁ କଟକଣା ଲାଗୁ ହେବାକୁ ଯାଉଛି। ନଭେମ୍ବର ୧ ତାରିଖରୁ ପ୍ରାକୃତିକ ଶୋଭାରେ ପରିପୂର୍ଣ୍ଣ ଶିମିଳିପାଳ ଅଭୟାରଣ୍ୟ ଖୋଲିବାକୁ ଯାଉଛି । ପେଟ୍ରୋଲ ଦର ବୃଦ୍ଧି କାରଣରୁ ବିଜୁ ଜନତା ଦଳ ଏବଂ ବିଜୁ ଛାତ୍ର ସଂଘ ତରଫରୁ ପେଟ୍ରୋଲ ପମ୍ପରେ କେନ୍ଦ୍ର ବିରୋଧରେ ପ୍ରତିବାଦ କରାଯିବ । ନଭେମ୍ବର ୧ ରୁ ଯୁକ୍ତ ୩ ର ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ପାଇଁ କ୍ଲାସରୁମ୍ ପାଠପଢା ଆରମ୍ଭ ହେବ । ନଭେମ୍ବର ୧୫ ରୁ ପିଜି ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ପାଇଁ କ୍ଲାସରୁମ୍ ପାଠପଢା ଆରମ୍ଭ ହେବ ଏବଂ ହଷ୍ଟେଲ ମଧ୍ୟ ଖୋଲିବ । ଆସନ୍ତା କାଲିଠାରୁ ଲାଗୁ ହେବ ଏହି ସବୁ ନିୟମ । ଏହାକୁ ନ ମାନିଲେ ଆପଣ ଅସୁବିଧାର ସମ୍ମୁଖୀନ ହେବେ ।