ବିଶ୍ୱର ନମ୍ବର ୱାନ ଧନୀ ହେଲେ ବର୍ଣ୍ଣାର୍ଡ ଆରନଲ୍ଟ
ନୂଆଦିଲ୍ଲୀ : ବିଶ୍ୱର ନମ୍ବର ୱାନ ଧନୀ ହେଲେ ବର୍ଣ୍ଣାର୍ଡ ଆରନଲ୍ଟ । ଫୋର୍ବସ୍ ତାଲିକାରେ ଅନୁସାରେ ବର୍ଣ୍ଣାର୍ଡ ଆରନଲ୍ଟ ବର୍ତ୍ତମାନ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି । ବର୍ଣ୍ଣାର୍ଡ ତାଙ୍କ କମ୍ପାନୀ ଲୁଇସ୍ ଭ୍ୟୁଟନ କାରଣରୁ ଧନୀ ବ୍ୟକ୍ତି ହୋଇଛନ୍ତି ।ସେ ଫ୍ରାନ୍ସର ଲକଜୁରୀ ଗୁଡ୍ସ କମ୍ପାନୀ ଏଲଭିଏମଏଚର ଚେୟାରମ୍ୟାନ । ବର୍ଣ୍ଣାର୍ଡଙ୍କ କମ୍ପାନୀ ଲୁଇସ୍ ଭ୍ୟୁଟନ୍ ଏକ ଫରାସୀ କମ୍ପାନୀ ଏବଂ ଏହା ସମଗ୍ର ବିଶ୍ୱରେ ପ୍ରସିଦ୍ଧ । ଏହି କମ୍ପାନୀ ପୋଷାକ,କସମେଟିକ୍,ଫ୍ୟାଶନ୍ ଆସେସୋରିଜ୍ ,ଘଣ୍ଟା,ପରଫ୍ୟୁମ୍, ଅଳଙ୍କାର,ମଦ,ପର୍ସ ଇତ୍ୟାଦି ଉତ୍ପାଦ ତିଆରି କରେ ।
ରିର୍ପୋଟ ମୁତାବକ ବର୍ଣ୍ଣାର୍ଡ ଓ ତାଙ୍କର ପରିବାର ମୋଟ ସମ୍ପତ୍ତିର ପରିମାଣ ହେଉଛି ୧୯୭.୪ ଅରବ ଡଲାର ଅର୍ଥାତ ପ୍ରାୟ ୧୪.୬୫ ଲକ୍ଷ କୋଟି । ବର୍ଣ୍ଣାର୍ଡ ଓ ତାଙ୍କର ପରିବାର ପାଖରେ ବର୍ତ୍ତମାନ ଏଲଭିଏମଏଚ କମ୍ପାନୀର ୪୭ ପ୍ରତିଶତ ଶେୟାର ରହିଛି । ପୂର୍ବରୁ ଡିସେମ୍ବର ୨୦୧୯,ଜାନୁଆରୀ ୨୦୨୦,ମେ ୨୦୨୧ରେ ତିନି ଥର ୧ ନମ୍ବର ସ୍ଥାନରେ ରହିଥିଲେ । ୭୨ ବର୍ଷୀୟ ବର୍ଣ୍ଣାର୍ଡ ଆରନଲ୍ଟ ଲୁଇସ୍ ଭ୍ୟୁଟନ ଓ ସେଫୋରା ପରି ୭୦ ବ୍ରାଣ୍ଡର ସାମ୍ରାଜ୍ୟ ସମ୍ଭାଳୁଛନ୍ତି ।